ମାଆ ଶବ ସହ ଦୁଇ ଦିନ ! ମାଆ-ପୁଅ ସମ୍ପର୍କର ହୃଦୟସ୍ପର୍ଶୀ କାହାଣୀ

82

ମା ଓ ପୁଅ ଭିତରେ ଦେଖିବାକୁ ମିଳିଥାଏ ଅନାବିଳ ସ୍ନେହ । ନା ଥାଏ ଛନ୍ଦ , କପଟ ନା କିଛି ସ୍ୱାର୍ଥ । କେବଳ ଥାଏ ନିଚ୍ଛକ ଭଲପାଇବା । ଆଉ ସେହି ମା’ ଯେତେବେଳେ ତାର ପ୍ରିୟ ସନ୍ତାନକୁ ଛାଡି ମୃତ୍ୟୁବରଣ କରେ ପୁଅର ବୁକୁଫଟା କାନ୍ଦ ବାହାରିଥାଏ । ତେବେ ପଶ୍ଚିମବଙ୍ଗରେ ଏପରି ମାଆ-ପୁଅର ଅନାବିଳ ସ୍ନେହ ଦେଖିବାକୁ ମିଳିଛି ।

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଜଣେ ପୁଅ ତା ମାଆର ଶବ ଦୁଇ ଦିନ ଘରେ ରଖିଛି । କୋଲକାତାର ୩୦ ବର୍ଷିୟ ଇନ୍ଦ୍ରଜିତ ମୁଖାର୍ଜୀ ସଲ୍ଟ ଲେକ ସିଟି ନିକଟରେ ରହନ୍ତି । ଦୁଇଦିନ ପୂର୍ବରୁ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା । ଇନ୍ଦ୍ରଜିତଙ୍କ କହିବାନୁସାରେ ଗତ ଶୁକ୍ରବାର ଦିନ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା କିନ୍ତୁ କେହି ଶବଦାହ କରିବାକୁ ଆସିନଥଲେ । ତେବେ ପଡୋଶୀମାନେ କହିଛନ୍ତି, ଆମେ ରବିବାର ଦିନ ତାଙ୍କ ମାଆଙ୍କ ମୃତ୍ୟୁଖବର ଜାଣିଥିଲୁ ।
ସ୍ଥାନୀୟ ପୋଲିସର କହିବାନୁସାରେ ଇନ୍ଦ୍ରଜିତ ବିଧାନନଗର ପୋଲିସ ଷ୍ଟେସନକୁ ଆସିି ଅଭି ଯୋଗ କରିଥିଲେ ଯେ, ତାଙ୍କ ମାଆଙ୍କର ମୃତ୍ୟୁ ହୋଇଯାଇଛି । ଏନେଇ ଇନ୍ଦ୍ରଜିତଙ୍କ ପଡୋଶୀ ବି ଥାନାକୁ ଫୋନ କରିଥିଲେ । ତେବେ ପୋଲିସ ଆସି ଦେଖିବାବେଳକୁ ଶବଟି ପଚି ଯାଇଥିଲା । ସେତେବେଳେ ଇନ୍ଦ୍ରଜିତ କହିଥିଲେ ପଡୋଶୀ ନଆସିବାରୁ ସେ ସଂସ୍କାର କରିପାରିନଥିଲେ ।

କିନ୍ତୁ ସବୁ ପରେ ବି ନିଜ ମାଆଙ୍କୁ ଭୁଲି ନଥିଲେ ଇନ୍ଦ୍ରଜିତ । ନିଜ ମାଆଙ୍କ ମୃତ ଦେହ ସହ କଟାଇଥିଲେ ଦୁଇଦିନ । ସେପଟେ ଆଜି ବି ଆମ ସମାଜରେ କିପରି ଅନ୍ଧ ବିଶ୍ୱାସ ଭରି ରହିଯାଇଛି ତାର ନଗ୍ନ ଉଦାହରଣ ଦେଖିବାକୁ ମିଳିଥିଲା । ପଡୋଶୀମାନେ ରବିବାର ଜାଣିବା ପରେ ବି ସହଯୋଗ କରିବାକୁ ଆସିନଥିଲେ । ଜଣେ ପଡୋଶୀ ,ମାଆ ମରିଥିବା ଦୁଃଖରେ ଭାଙ୍ଗିପଡିଥିବା ବେଳେ, ପଡୋଶୀଙ୍କ ବ୍ୟବହାର ତାଙ୍କୁ ଅଧିକ ମର୍ମାହତ କରିଥିଲା । ଇନ୍ଦ୍ରଜିତଙ୍କ ମାଆଙ୍କ ମୃତ୍ୟୁର ଦୁଃଖ ପରେ ପଡୋଶୀ ନଆସିବା ତାଙ୍କୁ ଅଧିକ କଷ୍ଟ ଦେଇଥିଲା । ତେବେ ଇନ୍ଦ୍ରଜିତ କିନ୍ତୁ ତାଙ୍କ ମାଆଙ୍କ ସହ ବିଶ୍ୱାସଘାତକତା କରିନଥିଲେ । ଭୂଲିନଥିଲେ ନିଜ ପ୍ରିୟ ମାଆର ଅବଦାନକୁ । ଭୁଲିନଥିଲେ ନିଜର ପିଲାଦିନର ସେହି ଅବିସ୍ମରଣୀୟ ମୁହୁର୍ତ୍ତକୁ । ସକାଳୁ ଉଠିବା ଠାରୁ ଶୋଇବା ପରେ ବି ମାଆର ଆଦର ଭଲପାଇବା ସ୍ନେହ ଆଗରେ ତାଙ୍କ ମୁଣ୍ଡ ନଇଁଯାଇଥିଲା । ସେଥିପାଇଁ ତାଙ୍କ ଆଖିଆଗରେ ମାଆର ମୃତ ଦେହ ରଖି କଟାଇଥିଲେ ଦୁଇ ଦିନ । ଜୀବନରେ ଦୁଃଖ ଏମିତି ବି ଆସେ ଯାହା ସେ ବି ଭାବିନଥିଲେ ।

ପଡୋଶୀ ଯିଏ ସୁଖ ଦୁଃଖର ସାଥୀ ହେବା କଥା ସେ କିନ୍ତୁ ନିଜ ପଡୋଶୀର ମାଆ ମରଥିବା ଜଣିନଥିବା କହିବା ନିଶ୍ଚିତ ଭାବେ ଦୁଃଖଦାୟକ । ତେବେ ଏଠାରେ ମାଆ ପ୍ରତି ପୁଅର ଭଲପାଇବା ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଉଦାହରଣ ହୋଇ ରହିବ । ଆମ ସମାଜରେ ଅନେକ ବାପା-ମାଆଙ୍କୁ ବୃଦ୍ଧ ବୟସରେ ପଚାରୁନଥିବା ବେଳେ, କୋଲକାତାର ଇନ୍ଦ୍ରଜିତ ନିଜ ମାଆଙ୍କ ମୃତ ଦେହ ଘରେ ଦୁଇ ଦିନ ରଖିବା ତାଙ୍କର ତାଙ୍କ ମାଆ ପ୍ରତି ଥିବା ମମତା ଓ ଭଲପାଇବାକୁ ଦେଖାଇଛି ।