ଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ! ତୃତୀୟ ସାମୁଖ୍ୟ ଗଠନ ନେଇ କରୁଛନ୍ତି ମନ୍ତ୍ରଣା

25

କନକ ବ୍ୟୁରୋ : ତୃତୀୟ ସାମୁଖ୍ୟ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । କିଛି ଦିନ ତଳେ ସୋନିଆଙ୍କ ବିଜେପି ବିରୋଧୀ ମେଂଟ ନେଇ ଡିନର ପାର୍ଟି ହୋଇଥିବା ବେଳେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ପହଂଚିଛନ୍ତି । ଗତକାଲି ସଂଧ୍ୟାରେ ମମତା ଏନସିପି ନେତା ଶରଦ ପାୱାରଙ୍କ ବାସଭବନରେ ପହଂଚି ଆଲୋଚନା କରିଛନ୍ତି । ୨୦୧୯ରେ ମୋଦି ସରକାରର ମୁକାବିଲା କରିବା ପାଇଁ ଆଜି ମମତା ବାନାର୍ଜୀଙ୍କର ଅନ୍ୟ କେତେକ ଦଳର ନେତାଙ୍କ ସହ ଡିନର କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଡିନର ପାର୍ଟି ଏନସିପି ନେତାଶରଦ ପାୱାରଙ୍କ ଘରେ ଆୟୋଜିତ ହେଉଥିବା ସୂଚନା ମିଳିଛି । ଦିଲ୍ଲୀରେ ପହଂଚିବା ପରେ ମମତା ବାନାର୍ଜୀ ଅନ୍ୟ ଦଳର ନେତାଙ୍କ ସହ ଆଲୋଚନା କରିବାକୁ ଆସିଥିବା ନେଇ ଗଣମାଧ୍ୟମଙ୍କୁ ସୂଚନା ଦେଇଥିଲେ । ଆଜି ସେ କେନ୍ଦ୍ରୀୟ କକ୍ଷରେ କେତେ ଜଣ ସାଂସଦଙ୍କୁ ଭେଟିବାର ସମ୍ଭାବନା ରହିଛି । ତେବେ ସୋନିଆ ଗାନ୍ଧିଙ୍କ ସହ ତାଙ୍କ ଭେଟ ସମ୍ଭାବନା ନେଇ କୌଣସି ସ୍ପଷ୍ଟ ଉତର ରଖି ନାହାନ୍ତି । ସୋନିଆ ଅସୁସ୍ଥ ଥିବା ବେଳେ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମମତା କହିଛନ୍ତି ।