ରାଜ୍ୟପାଳ ଜଗଦିପ ଧନକରଙ୍କୁ ଟ୍ୱିଟରରେ ବ୍ଲକ କଲେ ମମତା ବାନାର୍ଜୀ: ଲଗାଇଲେ ଏମିତି ଅଭିଯୋଗ 

116

କନକ ବ୍ୟୁରୋ: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦିପ ଧନକରଙ୍କ ଟୁଇଟର ଆକାଉଂଟକୁ ବ୍ଲକ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟପାଳ ଜଗଦିପ ଧନକର, ରାଜ୍ୟ ଗଣତନ୍ତ୍ରର ଏକ ଗ୍ୟାସ ଚାମ୍ବର ହୋଇଗଲାଣି ବୋଲି କହିବାର ଦିନକ ପରେ ଏଭଳି କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟପାଳ ମୋତେ ଓ ମୋ ଅଧିକାରୀଙ୍କୁ ବଦନାମ କରିବା ପାଇଁ ପ୍ରତିଦିନ କିଛିନା କିଛି ଟୁଇଟ କରୁଛନ୍ତି ।

ରାଜ୍ୟପାଳ ଗୋଟେ ନିର୍ବାଚିତ ସରକାରଙ୍କୁ ଏକ ଦିନ ମଜୁରିଆ ଭାବେ ବ୍ୟବହାର କରୁଛନ୍ତି  ବୋଲି ଅଭିଯୋଗ କରିଛନ୍ତି ମମତା ବାନାର୍ଜୀ । ଦିନକୁ ଦିନ ମୁଁ ବିରକ୍ତ ହେବାରେ ଲାଗିଲି । ସେଇଥି ପାଇଁ ତାଙ୍କୁ ବ୍ଲକ କଲି ବୋଲି ଦିଦି କହିଛନ୍ତି । ଅନେକ କାର୍ଯ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଖରାପ ବ୍ୟବହାର ଦେଉଥିବା କହିଛନ୍ତ୍ି ମମତା ବାନାର୍ଜୀ ।