ମାଲକାନଗିରି : ହିଂସା ଛାଡ଼ି ବିବାହ ବନ୍ଧନରେ ବାନ୍ଧି ହେଲେ ମାଓ ପ୍ରେମୀ ଯୁଗଳ

48

କନକ ବ୍ୟୁରୋ : ଲାଲ ଗଡରେ ଗୋଲାପି ମୋଡ । ହିଂସା ଛାଡ଼ି ବିବାହ ବନ୍ଧନ ରେ ବାନ୍ଧି ହେଲେ ମାଓ ପ୍ରେମୀ ଯୁଗଳ । ମାଲକାନଗିରି ଜିଲ୍ଲା କାଲିମେଳା ଦଳମ ର ମାଓ କମାଣ୍ଡର ସୋନୀ ମାଡକାମୀ ଓରଫ ରାଧା ଏବଂ ସେଇ କାଲିମେଳା ଦଳମ ମାଓ ନେତା ଦେବା ମାଢ଼ୀ ଓରଫ ରଘୁ । ମାଓ ସଙ୍ଗଠନ ରେ ବାହା ହବା ଲାଗି ପ୍ରତିବନ୍ଧକ ଥିବାରୁ ପ୍ରଥମେ ୨୦୧୬ ଜୁଲାଇ ୧୮ରେ ଆତ୍ମ ସମର୍ପଣ କରି ଥିଲେ ମାଓ ନେତ୍ରୀ ରାଧା ।

ସେହି ପରି ରଘୁ ଗତ ୧୪ ମାର୍ଚ ରେ ମାଲକାନଗିରି ଏସ.ପି. ଙ୍କ ନିକଟରେ ଆତ୍ମ ସମର୍ପଣ କରି ଥିଲେ । ତେବେ ଏମାନଙ୍କ ଭିତରେ ଥିବା ପ୍ରେମ ସମ୍ପର୍କ କୁ ଜାଣିବା କୁ ପାଇ ସହଯୋଗ ର ହାତ ବଢାଇ ଥିଲେ ମାଲକାନଗିରି ଏସ.ପି ଜଗମୋହନ ମିନା । ତାମସା ନଇ କୁଳରେ ଥିବା ଶିବ ମନ୍ଦିର ରେ ସମ୍ପୁର୍ଣ ବୌଦିକ ରିତି ନିତି ରେ ଧୁମ ଧାମ ରେ ପ୍ରେମି ଯୁଗଳଙ୍କ ବାହା ଘର କରାଇ ଥିଲା ମାଲକାନଗିରି ପୋଲିସ ।