ପୁଣି ମହାରାଷ୍ଟ୍ରରେ ହେବ କି ବିଜେପି ସରକାର ! ଦଳର ସମସ୍ତ ବିଧାୟକଙ୍କୁ ମୁମ୍ବାଇ ଡାକରା

194

କନକ ବ୍ୟୁରୋ : ମହାରାଷ୍ଟ୍ରରେ ପୁଣିଥରେ ବିଜେପି ସରକାର ଗଠନ କରିପାରେ । ଶିବସେନା ବିଧାୟକ ତଥା କ୍ୟାବିନେଟମନ୍ତ୍ରୀ ଏକନାଥ ସିନ୍ଦେ ଦଳ ବିରୋଧରେ ବିଦ୍ରୋହ ଆରମ୍ଭ କରିବା ପରେ ଏବେ ସରକାର ଭାଙ୍ଗିବା ପ୍ରାୟ ନିଶ୍ଚିନ୍ତ ହୋଇଯାଇଛି । ଏହାକୁ ନଜରରେ ରଖି ବିଜେପି ତରଫରୁ ସରକାର ଗଠନ ନେଇ ପ୍ରସ୍ତୁତ ଆରମ୍ଭ ହୋଇଛି । ଏହି କ୍ରମରେ ମହାରାଷ୍ଟ୍ର ବିଜେପି ମୁଖ୍ୟ ଦେବେନ୍ଦ୍ର ଫଡନାଭିସ ଦଳର ସମସ୍ତ ବିଧାୟକମାନଙ୍କୁ ମୁମ୍ବାଇରେ ଏକତ୍ରୀତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାର କାରଣ ଏହା ହୋଇପାରେ କି ଯଦି ରାଜ୍ୟପାଳ ଏକ ବିଶେଷ ଅଧିବେଶନ ପାଇଁ ଡାକ୍ତି ତେବେ ସମସ୍ତ ବିଧାୟକ ତୁରନ୍ତ ବିଧାନସଭାରେ ଉପସ୍ଥିତ ହୋଇପାରିବେ    ।

ସେପଟେ ଶିବସେନାର ଜଣଙ୍କ ପରେ ଜଣେ ବିଧାୟକ ଏବେ ବିଜେପି ସହ ମେଣ୍ଟରେ ସରକାର ଗଠନ କରିବା ଉପରେ ଜୋର ଦେଇଛନ୍ତି । ଏହି କ୍ରମରେ ଏକନାଥ ସିନ୍ଦେଙ୍କ ପରେ ପ୍ରତାପ ସରନାଇକ କହିଛନ୍ତି କି ଶିବସେନା ବିଜେପି ସହ ସୁସଂପର୍କ ରଖି ପୁଣିଥରେ ମେଣ୍ଟରେ ସରକାର ଗଠନ କରିବା ଆବଶ୍ୟକ ।

ସୂଚନା ଥାଉକି ଶିବସେନାର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ୪୦ ଜଣ ବିଧାୟକ ଏବେ ଗୁହାଟୀରେ ପହଂଚିଛନ୍ତି । ଏହା ପୂର୍ବରୁ ଏମାନେ ସୁରଟର ଏକ ହୋଟେଲରେ ଥିଲେ ।