ଶ୍ରୀଜିଉଙ୍କ ନିଳାଦ୍ରୀବିଜେ । କିପରି ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ?

79

ନିଳାଦ୍ରୀ ବିଜେ:

ନିଳାଦ୍ରୀ ବିଜେ ହେଉଛି ଘୋଷ ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଆସି ପୁଣିଥରେ ଶ୍ରୀମନ୍ଦିରକୁ ଫେରିବାର ପର୍ବ । ଘୋଷ ଯାତ୍ରା ପରି ନିଳାଦ୍ରୀ ବିଜେ ସମାରୋହ ଅତିବ ଆକର୍ଷଣୀୟ ଓ ମନୋରମ ।

ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ହୁଏ ଅଭିନବ ରୀତି:

ନିଳାଦ୍ରୀ ବିଜେ ସମୟରେ ଆଗରେ ବଡ ଠାକୁର ବଳଭଦ୍ର , ମା’ ସୁଭଦ୍ରା ଓ ସୁଦର୍ଶନ ମହାପ୍ରଭୁ ବିଜେ କରିବା ପରେ ସିଂହଦ୍ୱାର ଫାଟକ ପଡିଯାଏ । କାରଣ ଏତେ ଦିନ ଭାଇ ଭଉଣୀଙ୍କ ସହ ଯାତ୍ରାରେ ଯାଇଥିବାରୁ ଏବଂ ସାଙ୍ଗରେ ପତ୍ନୀଙ୍କୁ ନେଇନବାରୁ ଅଭିମାନ କରିଥାନ୍ତି ମା’ ମହାଲକ୍ଷ୍ମୀ । ତେଣୁ ରତ୍ନବେଦୀକୁ ବିଜେ କରିବା ପୂର୍ବରୁ ମା’ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ କରିବାକୁ ପଡେ । ମନରେ ଅଭିମାନ ରଖିଥିଲେ ବି ମହାପ୍ରଭୁଙ୍କ ବାଟକୁ ଚାହିଁ ବସିଥାନ୍ତି ମା’ । ଦୂରରେ ରହି କଣେଇ କଣେଇ ଚାହିଁଥାନ୍ତି ପ୍ରାଣପ୍ରିୟଙ୍କୁ । ଆଉ ମହାପ୍ରଭୁ ବି ମା’ଙ୍କୁ ଚାହିଁ ଯେମିତି ରଙ୍ଗା ଅଧରରେ ମୁରୁକି ହସୁଥାନ୍ତି । ଏହି ଦୃଶ୍ୟ ବାସ୍ତବରେ ଅତି ମନୋଜ୍ଞ ।

ମହାପ୍ରଭୁ , ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରନ୍ତି କିପରି?

ଜଗତଜନନୀଙ୍କର ଅଭିମାନକୁ ଶାନ୍ତ ନକରିବା ଯାଏଁ ବଡ ଦେଉଳକୁ ପ୍ରବେଶ କରିପାରିବେନି ମହାପ୍ରଭୁ । ତେଣୁ ପତ୍ନୀ ମହାଲକ୍ଷ୍ମୀଙ୍କ ପାଇଁ ପାଟଶାଢୀ ସହ ରସଗୋଲା ଆଣିଥାନ୍ତି । ତା ସାଙ୍ଗକୁ ଦହି ପନିରରେ ତିଆରି ଏକ ସ୍ୱତନ୍ତ୍ର ମିଠା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରନ୍ତି । ଏହାପରେ ବଡ ଦେଉଳକୁ ବିଜେ କରନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ।