ଉଦ୍ଧବଙ୍କ ଇସ୍ତଫା ପରେ ଖୁସି ମନାଇଲେ ବିଜେପି ନେତା : ପରସ୍ପରକୁ ମିଠା ଖୁଆଇ ଜଣାଇଲେ ଶୁଭେଚ୍ଛା

63

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ମହାରାଷ୍ଟ୍ର ରାଜନୈତିକ ଉଷ୍ମତା ଚରମ ସୀମାରେ ପହଁଚିଛି । ବିଜେପି ଶିବିରରେ ଖୁସିର ଲହର ଖେଳିଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ ଓ ରାଜ୍ୟ ବିଜେପିର ବରିଷ୍ଠ ନେତମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି । ଉଦ୍ଧବ ଇସ୍ତଫା ଦେବା ପରେ ମହାରାଷ୍ଟ୍ରର ମେଣ୍ଟ ସରକାର ଭାଙ୍ଗିଯାଇଛି । ରାଜ୍ୟରେ ବିଜେପି ସବୁଠୁ ବଡ଼ ଦଳ ହୋଇଥିବାରୁ ରାଜ୍ୟପାଳ ଭଗତ ସିଂହ କୋସିଆରୀ, ଫଡ଼ନବିସଙ୍କୁ ସରକାର ଗଢିବାକୁ ଡାକି ପାରନ୍ତି ।

କୁହାଯାଉଛି ଜୁଲାଇ ୧ ତାରିଖରେ ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡ଼ନବିସ୍ । ଯଦି ଫଡ଼ନବିସ୍ ସରକାର ଗଢିବେ, ତେବେ ପ୍ରାୟ ୨ ବର୍ଷ ୯ମାସ ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ । ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ସବୁଠୁ ବଡ଼ ହଲଚଲ ଦେଖିବାକୁ ମିଳିଛି । ପ୍ରାୟ ୧ ସପ୍ତାହ ଧରି ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଚରମ ସୀମାରେ ପହଁଚିଛି । ଏକନାଥ ସିନ୍ଦେ, ଶିବସେନାରେ ବିଦ୍ରୋହ କରିବା ପରେ ତାଙ୍କ ସପକ୍ଷରେ ସମର୍ଥନ ବଢିଥିଲା । ୩୯ ଜଣ ଶିବସେନା ବିଧାୟକ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିବାରୁ ମହାରାଷ୍ଟ୍ର ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲା ।