ଉଦ୍ଧବ ଠାକରେଙ୍କ ମର୍ମସ୍ପର୍ଶୀ ବକ୍ତବ୍ୟ : କହିଲେ, ମୋ ସହ ଅଛନ୍ତି ଶିବସୈନିକ, ଯାହାଙ୍କୁ ଗଢିଥିଲି ସେମାନେ ଦେଲେ ଧୋକ୍କା

283

କନକ ବ୍ୟୁରୋ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଉଦ୍ଧବ ଠାକରେ । ମହାରାଷ୍ଟ୍ରବାସୀଙ୍କୁ ମର୍ମସ୍ପର୍ଶୀ ଭାଷଣ ଦେଇ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରୁଛି । ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ଦୁଃଖ ନାହିଁ । ମୋ ପାଖରେ ଶିବସେନା ଅଛନ୍ତି, ଯାହାକୁ କେହି ମୋଠାରୁ ଅଲଗା କରିପାରିବେ ନାହିଁ । ଉଦ୍ଧବ କହିଛନ୍ତି ଯେ, ସେ ଭୟଭୀତ ହେବା ଲୋକ ନୁହଁନ୍ତି । ହେଲେ ଚାହାନ୍ତି ନାହିଁ ଲୋକମାନେ ରାସ୍ତାକୁ ଓହ୍ଲାନ୍ତୁ । ଉଦ୍ଧବ କହିଛନ୍ତି ଯେ, କେବେ ହେଲେ ଚାହେଁ ନାହିଁ ରାସ୍ତା ଉପରେ ଶିବସୈନିକଙ୍କ ରକ୍ତ ବହୁ । ତେଣୁ ଇସ୍ତଫା ଦେଉଛନ୍ତି ।

ପଦ ପାଇଁ ଲାଳାୟିତ ନୁହେଁ, ଶିବ ସୈନିକଙ୍କ ସମର୍ଥନକୁ ବେଶୀ ଗୁରୁତ୍ୱ ଦେଇଥାଏ କହିଛନ୍ତି ଉଦ୍ଧବ ଠାକରେ । କଂଗ୍ରେସ ମନ୍ତ୍ରୀମଣ୍ଡଳରୁ ବାହାରିଯିବାକୁ ବି ପ୍ରସ୍ତୁତ ଥିଲା । କିନ୍ତୁ ବିଧାୟକମାନେ କାହିଁକି ବିଦ୍ରୋହୀ ହେଲେ ଏପର୍ଯ୍ୟନ୍ତ ସେ ଜାଣିନାହାଁନ୍ତି । ଯାହା ଭଲ ଲାଗିଥାଏ ତାହା ଉପରେ ସମସ୍ତଙ୍କ ନଜର ଲାଗିଯାଏ । କିନ୍ତୁ ଦୁଃଖର ବିଷୟ ହେଉଛି, ଯେଉଁମାନଙ୍କୁ ନିଜର ଭାବି ସବୁ ଦେଇଥିଲେ ସେମାନେ ଭୁଲି ଗଲେ । କିନ୍ତୁ ଯାହାକୁ କେବେ ହେଲେ ନିଜର ଭାବି ନଥିଲେ କି କିଛି ଦେଇ ନଥିଲି ସେମାନେ ଶେଷ ପର୍ଯ୍ୟନ୍ତ ସାଂଗରେ ଛିଡା ହୋଇଛନ୍ତି । ଏହାସହ ଉଦ୍ଧବ କହିଛନ୍ତି ଯେ, ଆସନ୍ତାକାଲି ଏକ ନୂଆ ଗଣତନ୍ତ୍ର ଜନ୍ମ ନେବ । ଏହି ପ୍ରକ୍ରିୟାରେ କୌଣସି ଶିବସୈନିକ ବାଧା ଦେବେ ନାହିଁ ବୋଲି ଉଦ୍ଧବ କହିଛନ୍ତି ।