ନୂଆ ରୂପ ପାଇବ ମହାକାଳେଶ୍ୱର ପୀଠ : ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

102

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ଉଜ୍ଜୟିନୀର ମହାକାଳ କରିଡରର ଉଦଘାଟନ କରିବେ । ମହାକାଳେଶ୍ୱର ମନ୍ଦିର କରିଡର ବିକାଶ ପାଇଁ ମୋଟ ୮୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ମନ୍ଦିର ଭାରତର ୧୨ ଜୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ । ୯୦୦ ମିଟର ଲମ୍ବର ଏହି କରଡରରେ ଭଗବାନ ଶିବ ଏବଂ ପାର୍ବତୀଙ୍କ ୨୦୦ ମିଟର ମୂର୍ତ୍ତି ରହିବ ।

ମଧ୍ୟପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତିର ବିକାଶ ପାଇଁ ଏହି ପ୍ରକଳ୍ପ କରାଯାଇଛି । ତେବେ ଆଜି ମୋଦୀ ଏହାର ପ୍ରଥମ ପର୍ଯ୍ୟାୟର ପ୍ରକଳ୍ପକୁ ଉଦଘାଟନ କରିବେ । ଏହି ପ୍ରକଳ୍ପରେ ପ୍ରବେଶ ପଥ ସବୁଠୁ ଅଧିକ ସୁସଜ୍ଜିତ କରାଯାଇଛି । ପାକିଂ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ଏହି କରିଡରରେ ରହିଛି । ଏହି ପ୍ରକଳ୍ପରେ ବିଦ୍ୟୁତଚାଳିତ ଯାନ, ଜରୁରୀକାଳୀନ ସୁବିଧା, ରହିବାର ସୁବିଧା, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ମହାକାଳ କରିଡର ଫେଜ-୧

– ୯୦୦ ମିଟର ବ୍ୟାପୀ ଉଜ୍ଜୟିନୀର ମହାକାଳ କରିଡର
– ମହାକାଳ ମନ୍ଦିରରୁ କ୍ଷିପ୍ରା ନଦୀ ଯାଏଁ ରହିଛି ୧୫୨ କୋଠା
– ଏହା ମଧ୍ୟରେ ମୋଟ୍ ୯୩ଟି ଶିବଙ୍କ ମୂର୍ତ୍ତି ରଖାଯାଇଛି
– ଶିବ ପୂରାଣ ଆଧାରରେ ତିଆରି ହୋଇଛି ଏହି ମୂର୍ତ୍ତିଗୁଡିକ
– ପ୍ରତ୍ୟେକ ମୂର୍ତିରେ ରହିଛି ଏକ କ୍ୟୁଆର କୋର୍ଡ
– କ୍ୟୁଆର କୋର୍ଡକୁ ସ୍କାନ କଲେ ଜାଣିହେବ ମୂର୍ତ୍ତିର କାହାଣୀ

ମହାକାଳ କରିଡର ଫେଜ-୨

– ଦ୍ୱିତୀୟ ପର୍ଯ୍ୟାୟରେ ମହାରାଜୱାଡାର ବିକାଶ ଯୋଜନା ଅଛି
– ମହାକାଳ ଗେଟ୍ ଓ ପୁରୁଣା ରାସ୍ତାର ଉନ୍ନତିକରଣ ହେବ
– ରୁଦ୍ରସାଗର ଓ ହରି ଫାଟକ ବ୍ରିଜର ବିକାଶ କରାଯିବ
– ରୁଦ୍ରସାଗରରେ ଲାଗିବ ମ୍ୟୁଜିକାଲ ଫାଉଂଟେନ୍
– ରାମଘାଟ୍ ଓ ବେଗମ ବାଘ ରାସ୍ତାର ଉନ୍ନତିକରଣ ହେବ
– ମହାକାଳ ମନ୍ଦିରରେ ଲାଗିବ ଜରୁରିକାଳୀନ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର
– ମହାକାଳ ମନ୍ଦିର କ୍ୟାମ୍ପସକୁ ଲାଗିବ ମହାରାଜୱାଡାର କୋଠା
– ଐତିହ୍ୟ ଧର୍ମଶାଳା ସାଙ୍ଗକୁ କୁମ୍ଭ ମ୍ୟୁଜିୟମ ପ୍ରତିଷ୍ଠା ହେବ
– ମହାରାଜୱାଡାରେ ହେବ ନକ୍ଷତ୍ର ବାଟିକା
– ଫୁଡକୋର୍ଟ ଓ ଏଂଟରଟେନମେଣ୍ଟ ଜୋନ ରହିବ
– ୧୮୦ କର ରହିବା ଭଳି ପାର୍କିଂ ଏରିଆ କରାଯିବ
– ପର୍ଯ୍ୟଟକଙ୍କ ପାଇଁ ରହିବ ସୂଚନା କେନ୍ଦ୍ର
– ହକର୍ସ ଜୋନ୍ ଓ ଇ-ସ୍କୁଟର ଚାର୍ଜିଂ ପଏଂଟ ରହିବ
– ମନ୍ଦିରରୁ ରାମଘାଟ ଯାଏଁ ପାଦଚଲା ରାସ୍ତାର ବିକାଶ ହେବ
– ଦୁଇଟି ସ୍ଥାନକୁ ସଂଯୋଗ କଲାଭଳି ଏକ ବଗିଚା କରାଯିବ
– ରୁଦ୍ରସାଗର ପୋଖରୀକୁ ମଇଳା ପାଣି ପ୍ରବାହ ବନ୍ଦ ହେବ
– ପୋଖରୀକୁ ପ୍ରଦୂଷଣମୁକ୍ତ ରଖିବାକୁ ପାଇପ ପାଣି ଯୋଗାଇ ଦିଆଯିବ
– ବୈଦିକ ବାଟିକା ସହ ଏଂଟରଟେନମେଂଟ ଜୋନ ଓ ଯୋଗକେନ୍ଦ୍ର ହେବ
– ରଦ୍ରସାଗରରେ ମ୍ୟୁଜିକା ଫାଉଂଟେନ ସହ ଲାଇଟ ଓ ସାଉଣ୍ଡ ସୋ ହେବ

ମହାକାଳ କରିଡରର ଉଦ୍ଦେଶ୍ୟ

୧- ଭିଡ କମ କରିବାକୁ ପ୍ରୟାସ
– ମହାକାଳ ଲୋକକୁ ପ୍ରବେଶ କରିପାରିବ ନାହିଁ କୌଣସି ଗାଡି ମୋଟର
– ପ୍ରତ୍ୟେକ ପ୍ରବେଶ ପଥରେ ରହିବ ପାର୍କିଂ ସୁବିଧା
– ପାଦଚଲା ରାସ୍ତା ସହ ଓ ରାମ୍ପ ବ୍ୟବସ୍ଥା ହେବ

୨- ପର୍ଯ୍ୟଟକଙ୍କ ପାଇଁ ହେବ ସବୁ ବ୍ୟବସ୍ଥା
– ରହଣୀ, ଆବଶ୍ୟକ ସାମଗ୍ରୀ କିଣିବାକୁ ଦୋକାନ ଓ ଜରୁରୀ ସେବା ଯୋଗାଇ ଦିଆଯିବ
– ପାର୍କିଂ ସୁବିଧା ସହ ଇ-ଯାନ ପାଇଁ ସୋଲାର ଚାର୍ଜିଂ ବ୍ୟବସ୍ଥା ରହିବ

୩- ପର୍ଯ୍ୟଟକଙ୍କ ସୁରକ୍ଷା
– ଚାରିଆଡେ ସର୍ଭିଲାନ୍ସ କ୍ୟାମେରା ଖଞ୍ଜା ଯିବ
– କଂଟ୍ରୋଲ ସେଂଟରରୁ ୨୪ ଘଣ୍ଟା କ୍ୟାମେରା ଉପରେ ନଜର ରହିବ

୪- ଧର୍ମୀୟ ଭାବଧାରା ବଜାୟ ରଖିବାକୁ ପଦକ୍ଷେପ
– ପୂରାଣ ଅନୁସାରେ ସମସ୍ତ ମୂର୍ତ୍ତି ଓ ମହାକାଳ ଲୋକ ପ୍ରସ୍ତୁତ
– ଆଧ୍ୟାତ୍ମିକ ପରିବେଷ ସହିତ ସାତ୍ୱିକ ଆହାର ମିଳିବ

୫- ଐତିହ୍ୟ କିର୍ତ୍ତୀରାଜିର ସଂରକ୍ଷଣ
– ପୁରାତନ ଐତିହ୍ୟ କିର୍ତ୍ତୀରାଜିର ସଂରକ୍ଷଣ କରାଯିବ
– ପ୍ରକଳ୍ପରେ ରୁଦ୍ରସାଗରର ବିକାଶ ଓ ସଂରକ୍ଷଣ ସାମିଲ