ଋଷ ଓ ୟୁକ୍ରେନ ଯୁଦ୍ଧ : କାହିଁକି ଭାରି ପଡୁଛି ୟୁକ୍ରେନ୍ ସେନା?

163

କନକ ବ୍ୟୁରୋ : ୨୦୧୪ରେ ଯେତେବେଳେ ୟୁକ୍ରେନର କ୍ରିମିୟା ଉପରେ ଆକ୍ରମଣ କରି ଋଷ ଏହାକୁ ନିଜ ସହ ମିଶାଇ ଦେଇଥିଲା ସେତେବେଳେ ଋଷ ସେନା ପୁରା ପ୍ରଶିକ୍ଷିତ ଥିଲା । ଖୁବଶୀଘ୍ର ଋଷ ସେନା ପ୍ରତିପକ୍ଷକୁ ହରାଇ ଦେଇଥିଲା । କିନ୍ତୁ ୮ ବର୍ଷ ପରେ ଋଷ ସେନାକୁ ଏହାର ବିପରିତ ପରିଣାମ ଭୋଗିବାକୁ ପଡୁଛି । ୟୁକ୍ରେନ ସେନା ସଂଖ୍ୟାରେ କମ ହୋଇଥିଲେ ମଧ୍ୟ ଋଷ ସେନା ଉପରେ ଭାରି ପଡୁଛି ।

ଆମେରିକା ଏବଂ ନାଟୋ ଦେଶଗୁଡିକ ୟୁକ୍ରେନକୁ ଆଧୁନିକ ଅସ୍ତ୍ରଶସ୍ତ୍ର ଦେବା ସହ ପଶିକ୍ଷଣ ଦେଉଥିବାରୁ ୟୁକ୍ରେନ ସେନା ଋଷ ସେନାକୁ କିଛି ସହରରୁ ବିତାଡିତ କରିବାରେ ସକ୍ଷମ ହୋଇଛି । ୟୁକ୍ରେନ ସେନା ଯୁଦ୍ଧ କରୁଛି ସତ କିନ୍ତୁ ବ୍ଲୁ ପ୍ରିଂଟ୍ ଅ।।ମେରିକାରୁ ପ୍ରସ୍ତୁତ ହେଉଛି । ଆର୍ଥିକ ଏବଂ ମାନବିକ ସହାୟତାକୁ ଛାଡି ଆମେରିକା ସମେତ ୧୦ ନାଟୋ ଦେଶ ୟୁକ୍ରେନକୁ ଏପର୍ଯ୍ୟନ୍ତ ୩୦ ବିଲିୟନ ୟୁରୋ ତଥା ୨ ଲକ୍ଷ ୪୦ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ଅସ୍ତ୍ରଶସ୍ତ୍ର ପ୍ରଦାନ କରିଛନ୍ତି ।

ଆମେରିକା ପ୍ରଦାନ କରିଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ୯ ହଜାର ଆଣ୍ଟି ଆତ୍ମରକ୍ଷା ସିଷ୍ଟମ. ୧୬ ଟି ରକେଟ ସିଷ୍ଟମ ହିମର ତୋପ, ୨୦୦ଟି ଡ୍ରୋନ୍, ଶତାଧିକ ଅସ୍ତ୍ରଶସ୍ତ୍ର ଖଞ୍ଜା ମିଲିଟାରି ଗାଡି, ୧୨୬ଟି ବଡ ଟ୍ୟାଙ୍କ୍, ୧୪ ଶହ ଆଂଟି ଷ୍ଟିନଜର ଏୟାରକ୍ରାଫ୍ଟ ସିଷ୍ଟମ, ୨୦ଟି ଏମ-୧୭ ହେଲିକ୍ୟାପ୍ଟର, ୧୦ ହଜାର ଗେନେଡ ଲଂଚର ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ରହିଛି । ଏବଂ ଏସବକୁ ଚଲାଇବା ପାଇଁ ମଧ୍ୟ ଆମେରିକା ୟୁକ୍ରେନ ସେନାକୁ ପ୍ରଶିକ୍ଷଣ ମଧ୍ୟ ଦେଇଛି । ଯାହା ୟୁକ୍ରେନ ସେନାକୁ ଋଷ ସହ ଲଢିବାକୁ ଅଧିକ ଶକ୍ତି ଯୋଗାଉଛି ।