ଶ୍ରୀକ୍ଷେତ୍ରର ମହର୍ଷି ଅଙ୍ଗିରା ମଠ । ଏଠିକାର କାମ୍ୟବଟରେ ରହିଛି ଅବର୍ଣ୍ଣନୀୟ ମହିମା

83

କନକ ବ୍ୟୁରୋ:ଶ୍ରୀକ୍ଷେତ୍ରର ସଂସ୍କୃତି ସମ୍ପୁର୍ଣ୍ଣ ନିଆରା । ଏଠାରେ ରହିଥିବା ମଠ ମନ୍ଦିର ଗୁଡିକର ରହିଛି ସ୍ୱତନ୍ତ୍ରତା । ମଠ ମନ୍ଦିର ସହ ଏଠାରେ ଗଢି ଉଠିଛି ରହିଛି ଅନେକ ଆଶ୍ରମ । ସେଥିରୁ ମହର୍ଷି ଅଙ୍ଗିରାଙ୍କ ଆଶ୍ରମ ଅନ୍ୟତମ । ଶ୍ରୀଜଗନ୍ନାଥଙ୍କ ପ୍ରତି ଅହେତୁକ ଆକର୍ଷଣ ଯୋଗୁ ମହର୍ଷି ଅଙ୍ଗିରା ଏଠାରେ ଆଶ୍ରମ ପ୍ରତିଷ୍ଠା କରିଥିଲେ । । ଆଶ୍ରମ ମଧ୍ୟରେ ଥିବା ବଟ ବୃକ୍ଷର ନାମ କାମ୍ୟବଟ ବାଲି କୁହାଯାଏ । ଯାହାକି ବହୁ ପ୍ରାଚୀନ ବୋଲି ପୁରାଣରେ ବର୍ଣ୍ଣିତ ରହିଛି ।