ସଂସ୍କୃତି ଭିତରେ ଅପସଂସ୍କୃତିର ଚିତ୍ର : ଯାତ୍ରାରେ ନିଶା ମହାରଣାଙ୍କ ପୋଷ୍ଟର ଧରି ବୁଲିଲେ ଶ୍ରଦ୍ଧାଳୁ

357

କନକ ବ୍ୟୁରୋ : ସଂସ୍କୃତି ଭିତରେ ଅପସଂସ୍କୃତିର ଚିତ୍ର । ବ୍ରହ୍ମପୁରରେ ଚାଲିଥିବା ବୁଢୀ ଠାକୁରାଣୀ ଯାତ୍ରା ସମୟରେ ଏହି ଅପସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ଠାକୁରାଣୀ ଯାତ୍ରା ବେଶ ଜାକଜମକରେ ଚାଲିଥିବା ବେଳେ ଯାତ୍ରାରେ ବିଭିନ ବେଶ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ।

ହେଲେ ତାରି ଭିତରେ କିଛି ଶ୍ରଦ୍ଧାଳୁ ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କ ପୋଷ୍ଟର ଧରି ଯାତ୍ରାରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଠାକୁରାଣୀ ପୂଜା ଆଉ ଶ୍ରଦ୍ଧାଳୁଙ୍କ ଗହଣରେ ଏହି ଭଳି ଚିତ୍ର ପ୍ରଦର୍ଶନକୁ ସାଧାରଣରେ ନିନ୍ଦା କରାଯାଇଥିଲା । ଏପରିକିି ସଂସ୍କୃତିର ଅପବ୍ୟବହାର କରୁଥିବା ନେଇ କିଛି ଶ୍ରଦ୍ଧାଳୁଙ୍କୁ ପୁଲିସ ଥାନାକୁ ନେଇ ତାଗିଦ କରିଥିବା ଜଣାପଡିଛି ।