ଅନ୍ୟ ଦାମୀ କମ୍ପାନୀକୁ ଛାଡି କାହିଁକି ନିଜ କମ୍ପାନୀର କାର ବ୍ୟବହାର କରନ୍ତି ଆନନ୍ଦ ମହିନ୍ଦ୍ରା? କଣ ରହିଛି ଏହା ପଛର ରାଜ୍ ଜାଣନ୍ତୁ…

284

କନକ ବ୍ୟୁରୋ : ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା । ଜଣେ ଏପରି ବ୍ୟକ୍ତି ଯିଏ ସବୁବେଳେ ତାଙ୍କ କାର୍ଯ୍ୟ ଶୈଳିକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ତାଙ୍କର କାମ କରିବା ଶୈଲି ଲୋକଙ୍କୁ ବେସ୍ ପସନ୍ଦ ଆସିଥାଏ । ଆନନ୍ଦ ମହିନ୍ଦ୍ରା ସୋସିଆଲ୍ ମିଡିଆରେ ବି ବେସ୍ ଆକ୍ଟିଭ୍ । ପ୍ରତିଦିନ ତାଙ୍କ ଟ୍ୱିଟର ପେଜର୍ କିଛିନା କିଛି ପୋଷ୍ଟ କରିଥାନ୍ତି । ଆଉ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ରହିଥାନ୍ତି । କିନ୍ତୁ ଜାଣିଛନ୍ତି କି, ଆନନ୍ଦ ମହିନ୍ଦ୍ରା ଏତେ ବଡ ବ୍ୟବସାୟି ହେବା ସତ୍ୱେ ବି ସେ ଅନ୍ୟ କୌଣସି ଦାମୀ କମ୍ପାନୀର କାର ଧରିନାହାନ୍ତି । ସେ ନିଜ କମ୍ପାନୀ ଦ୍ୱାରା ତିଆରି ହୋଇଥିବା କାର ହିଁ ଚଲାଇଥାନ୍ତି । ଏହା ପଛରେ କିଛି କାରଣ ମଧ୍ୟ ରହିଛି ।

ଆନନ୍ଦ ମହିନ୍ଦ୍ରା ସବୁବେଳେ ଭାବନ୍ତି, ଯଦି ମୁଁ ମୋ କମ୍ପାନୀର କାର ନଚଲାଇ ପାରିବି ତାହେଲେ ଅନ୍ୟମାନେ କାହିଁକି ମୋ କମ୍ପାନୀର କାର କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ? ତାଙ୍କର ଏହି ଚିନ୍ତାଧାରା ପାଇଁ ସେ କେବେ ଅନ୍ୟ କୌଣସି କମ୍ପାନୀର କାର ବ୍ୟବହାର କରନ୍ତି ନାହିଁ । ଏବେ ଯାଏଁ ସେ ନିଜ କମ୍ପାନୀର କାରକୁ ହିଁ ବ୍ୟବହାର କରିଆସିଛନ୍ତି । ତାଙ୍କ ନିକଟରେ ୨୦୧୫ ମସିହାର ମହିନ୍ଦ୍ରା ଟିୟୁବି ମଡେଲ୍ ଏବଂ ଟିୟୁବି-୩୦୦ ପ୍ଲସ୍’ କାର ରହିଛି । ଏହା ଛଡା ସେ ସ୍କର୍ପିଓ, ଅଲଟୁରସ୍ ଜି-୪ ଭଳି କାର ବ୍ୟବହାର କରିଥାନ୍ତି । ତେବେ ଯଦି ଆନନ୍ଦ ମହିନ୍ଦ୍ରାଙ୍କ ସମ୍ପତ୍ତି ବାବଦରେ କହିବା ତାହେଲେ, ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୨.୧ ବିଲିୟନ୍ ଡଲାର୍