କୁଚିଣ୍ଡା ବଜାର କାଳୀ ମନ୍ଦିରରୁ ଲୁଟ: ମୂର୍ତ୍ତି ଭାଙ୍ଗି ମାଆଙ୍କ ଅଳଙ୍କାର ଲୁଟି ଖସିଯିବା ବେଳେ ଧରାପଡିଲା ଦୁର୍ବୃତ୍ତ

137

କନକ ବ୍ୟୁରୋ: କାଳୀ ପୂଜାର ଗୋଟିଏ ଦିନ ପୂର୍ବରୁ କାଳୀ ମନ୍ଦିରରେ କଳାକନା ବୁଲାଇଲା ଦୁର୍ବୃତ । ମନ୍ଦିରରେ ପଶି ମାଆଙ୍କ ମୂର୍ତି ଭାଙ୍ଗି, ମାଆଙ୍କ ଅଳଙ୍କାର ସହ ଲୁଟପାଟ କରି ପଳାଇବା ବେଳେ ଲୋକଙ୍କ ହାତରେ ଧରାପଡିଲେ ଯୁବକ । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଘଟିଛି ଏହି ଅଭାବନୀୟ ଘଟଣା । ମନ୍ଦିରରୁ ଲୁଟ କରି ଖସିଯିବା ବେଳେ ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି । ସୂଚନା ଅନୁସାରେ କୁଚିଣ୍ଡା ବଜାରେ ଥିବା କାଳୀ ମନ୍ଦିରର ତାଲା ଭାଙ୍ଗି ପଶିଥିଲେ ଯୁବକ । ଏହାପରେ ମାଆ କାଳୀଙ୍କ ମୂର୍ତି, ପାଶ୍ୱର୍ଦେବାଦେବୀଙ୍କ ମୂର୍ତିକୁ ଭାଙ୍ଗି, ମାଆଙ୍କ ଅଳଙ୍କାର, ବାସନ କୁସନ, ଘଂଟ, ପିତଳ ସାମଗ୍ରୀ, ଖଣ୍ଡା ପ୍ରଭୃତି ନେଇ ପଳାଉଥିବା ବେଳେ ଧରିଲେ ଲୋକେ । ଅଭିଯୁକ୍ତକୁ ଧରି ସ୍ଥାନୀୟ ଲୋକେ ପୋଲିସରେ ଜିମା ଦେଇଛନ୍ତି । ତେବେ ଯୁବକଙ୍କ ଏଭଳି କାଣ୍ଡକୁ ନେଇ ମନ୍ଦିର ପରିସରରେ ଉତେଜନା ଦେଖା ଦେଇଥିଲା ।