ବଦଳିବ ରାଷ୍ଟ୍ରପତିଙ୍କ ଭୋଟର କାର୍ଡର ଠିକଣା: ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟର ହେବେ ଦ୍ରୌପଦୀ ମୁର୍ମୁ

116

କନକ ବ୍ୟୁରୋ: ବଦଳିବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭୋଟର ପରିଚୟ ପତ୍ରର ଠିକଣା । ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟର ହେବେ ରାଷ୍ଟ୍ରପତି । ଏଥିପାଇଁ ଆରମ୍ଭ ହୋଇଛି ଆଇଡି କାର୍ଡର ଠିକଣା ପରିବର୍ତନ ପ୍ରକ୍ରିୟା । ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ପି. କୃଷ୍ଣମୂର୍ତି ରାଷ୍ଟ୍ରପତି ଭବନରେ ପହଂଚି ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି । ରାଷ୍ଟ୍ରପତି ଫର୍ମ-୮ ପାଳନ କରିଛନ୍ତି । ଏବେ ରାଷ୍ଟ୍ରପତିଙ୍କ ଭୋଟର ଆଇଡି କାର୍ଡ ଠିକଣା ଓଡ଼ିଶାର ମୟୂରଭଂଜ ଜିଲ୍ଲାର ରହିଛି । ଏହି ପ୍ରକ୍ରିୟା ଶେଷ ହେବା ପରେ ରାଷ୍ଟ୍ରପତି ତାଙ୍କ ଦିଲ୍ଲୀ ଠିକଣା ସହ ନୂଆ ଭୋଟର ପରିଚୟ ପତ୍ର ପାଇବେ । ଫଳରେ ଆଗାମୀ ନିର୍ବାଚନରେ ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟ୍ ଦେଇପାରିବେ ରାଷ୍ଟ୍ରପତି । ଦିଲ୍ଲୀରେ ଜାରି ରହିଥିବା ଭୋଟର ତାଲିକାରେ ନାଁ ଯୋଡିବା ଓ ସଂଶୋଧନ କାର୍ଯ୍ୟକ୍ରମର ବିଶେଷ ଅଭିଯାନ ସଂପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।