ବାଲେଶ୍ୱରରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ । ନିଶାଶକ୍ତ ଅବସ୍ଥାରେ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସାରୁ ଜଣେ ଅନ୍ୟ ଜଣଙ୍କ ଉପରକୁ ମାରିଲା ଗୁଳି

151

କନକ ବ୍ୟୁରୋ : ବାଲେଶ୍ୱରରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ । ନିଶାଶକ୍ତ ଅବସ୍ଥାରେ ଦୁଇ ସାଙ୍ଗଙ୍କ ମଧ୍ୟରେ ଥଟ୍ଟା ପରିହାସରୁ ଜଣେ ଅନ୍ୟ ଜଣଙ୍କ ଉପରକୁ ମାରିଲା ଗୁଳି । ଗୁରୁତର ହୋଇ ଆହତ ଯୁବକ କମଲ ଦାସ କଟକ ସ୍ଥାନାନ୍ତର ହୋଇଛି । କମଲ ଦାସଙ୍କ ଆଖିରେ ଗୁଳି ବାଜିଥିବା ସୂଚନା ରହିଛି ।
ସେପଟେ ଗୁଳି ମାରିଥିବା ଯୁବକ ସୁଜଲ ଚୌଧୁରୀ ଫେରାର ହୋଇଯାଇଛି । ଉଭୟ ସାଙ୍ଗ ବୋଲି ସୂଚନା ରହିଛି । ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରିଛି । ଫେରାର ହୋଇଯାଇଥିବା ସୁଜଲ ବାଲେଶ୍ୱର ସ୍ଥିତ ବଳାଙ୍ଗୀ ଡିଗ୍ରୀ କଲେଜର ଛାତ୍ର ବୋଲି ଜଣାପଡିଛି । ଏବେ ପ୍ରଶ୍ନ ଉଠିଛି କେଉଁ କାରଣ ପାଇଁ ସୁଜଲ ଏଭଳି କାଣ୍ଡ ଭିଆଇଲେ । ସଜୁଲଙ୍କ ପାଖରେ ବନ୍ଧୁକ ଆସିଲା କେଉଁଠୁ । ଯେଉଁ ବନ୍ଧୁକ ନିଜ ପାଖରେ ରଖିଥିଲେ ତାହା ଲାଇସେନ୍ସ ପ୍ରାପ୍ତ ନା ଚୋରା ବନ୍ଧୁକ ତାହା ତଦନ୍ତ ସାପେକ୍ଷ ।