ଇସ୍ରୋର ବାହୁବଳୀ ମିଶନ ସଫଳ । ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ମହାକାଶକୁ ଯାଇଥିଲା ଏଲଭିଏମ୩-ଏମ୨

153

କନକ ବ୍ୟୁରୋ : ଇସ୍ରୋର ବାହୁବଳୀ ମିଶନ ସଫଳ । ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ମହାକାଶକୁ ଗଲା ଏଲଭିଏମ୩-ଏମ୨ । ଯେଉଁଥିରେ ଥିଲା ୩୬ଟି ବ୍ରଡବ୍ର୍ୟାଣ୍ଡ ଯୋଗଯୋଗ ଉପଗ୍ରହ । ଏହାର ଓଜନ ସବୁଠାରୁ ଅଧିକ ଥିବାରୁ ଏହାକୁ ମିଶନ ବାହୁବଳି କୁହାଯାଏ । ଏହି ପ୍ରକ୍ଷେପଣ ଯାନ ନିଜ ସହ ନେଇଥିବା ୩୬ ଉପଗ୍ରହକୁ ସଫଳତାର ସହ ନିର୍ଦ୍ଦିଷ୍ଟ କକ୍ଷପଥରେ ଅବସ୍ଥାନ କରିଛି । ଏହି ଅବସରରେ ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ ସମ୍ବୋଧନ କରି କହିଛନ୍ତି ଯେ, ଏହା ଥିଲା ଆମର ଐତିହାସିକ ଲକ୍ଷ୍ୟ ଯାହାକି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ଭବ ହୋଇପାରିଛି । ଏଲଭିଏମ – ୩ ରକେଟକୁ ବ୍ୟବସାୟିକ କ୍ଷେତ୍ରରେ ବିନିଯୋଗ କରାଯିବା ଲକ୍ଷ୍ୟ ରହିଛି । ଅନ୍ୟପକ୍ଷରେ ମହାକାଶକୁ ଛଡାଯିବା ପାଇଁ ଚନ୍ଦ୍ରଯାନ – ୩ ପ୍ରସ୍ତୁତ ହୋଇ ସାରିଛି । ଏହାର ପରୀକ୍ଷା ନିରୀକ୍ଷା ସରିଛି । ଆସନ୍ତା ବର୍ଷ ଫେବୃୟାରୀ କିମ୍ବା ଜୁନରେ ଏହାକୁ ଉତକ୍ଷେପଣ କରାଯିବ ବୋଲି ଏସ.ସୋମନାଥ କହିଛନ୍ତି ।

– ରାତି ୧୨ଟା ୭ ମିନିଟରେ ଏଲଭିଏମ୩-ଏମ୨ ମହାକାଶକୁ ଯାତ୍ରା କରିଥିଲା
– ଏଲଭିଏମ୩-ଏମ୨ରେ ରହିଛି ୩୬ଟି ବ୍ରଣ୍ଡବ୍ୟାଣ୍ଡ ଯୋଗଯୋଗ ଉପଗ୍ରହ
– ୩୬ଟି ଯାକ ଉପଗ୍ରହର ଓଜନ ୫,୭୯୬ କି.ଗ୍ରା
– ଏଲଭିଏମ୩-ଏମ୨ ୮ ହଜାର କି.ଗ୍ରାରୁ ଅଧିକ ଓଜନ ନେଇପାରିବ
– ଏଲଭିଏମ୩-ଏମ୨ରେ ରହିଛି ତିନୋଟି ପ୍ରକାର ଇନ୍ଧନ
– ପ୍ରଥମ ପର୍ଯ୍ୟାୟରେ କଠିନ, ମଝିରେ ତରଳ ଏବଂ ଶେଷରେ କ୍ରାୟୋଜେନିକ ଇଞ୍ଜିନ
– ଇସ୍ରୋର ବ୍ୟବସାୟିକ ସଂସ୍ଥା ନ୍ୟୁସ୍ପେଶ ଇଣ୍ଡିଆ ଲିମିଟେଡର ପ୍ରଥମ ବ୍ୟବସାୟିକ ମିଶନ
– ନ୍ୟୁ ସ୍ପେଶ ଇଣ୍ଡିଆ ସହ ବ୍ରିଟେନର ସଞ୍ଚାର ନେଟୱାର୍କ ୱାନୱେବ ଏମଓୟୁର ଏହା ଅଂଶବିଶେଷ
– ପୂର୍ବରୁ ୱାନୱେବର ଉପଗ୍ରହକୁ ଋଷ ମହାକାଶକୁ ପଠାଉଥିଲା
– ଯୁଦ୍ଧ ପାଇଁ ଋଷ ଉପରେ ନାଟୋ କଟକଣା ଲଗାଇଥିଲା
– ୱାନୱେବ ତେଣୁ ଇସ୍ରୋ ସହିତ ବୁଝାମଣା କରିଛି
– ୧୯୯୯ରୁ ଏଯାବତ ୩୮୧ ବିଦେଶ ଉପଗ୍ରହକୁ କକ୍ଷପଥରେ ଅବସ୍ଥାପିତ କରିଛି