ଭାରତରେ ମହିଳା ସଂରକ୍ଷଣ ବିଲକୁ ନେଇ ଚାଲିଛି ତର୍କ ବିତର୍କ । ଜାଣନ୍ତୁ ବିଶ୍ୱର କେଉଁ କେଉଁ ସଂସଦରେ ମହିଳାଙ୍କ ପାଇଁ ରହିଛି ସଂରକ୍ଷଣ ବ୍ୟବସ୍ଥା

144

କନକ ବ୍ୟୁରୋ : ଭାରତର ସଂସଦ ପାଇଁ ମହିଳା ସଂରକ୍ଷଣ ବିଲ ଲୋକସଭାରେ ଉପସ୍ଥାପିତ ହୋଇଛି । ଏହି ପ୍ରସଙ୍ଗ କିଛି ଦଶକ ଧରି ଚାଲିଥିବା ବେଳେ ଏହାକୁ ପ୍ରଥମେ ୨୭ ବର୍ଷ ପୂର୍ବେ ସଂସଦରେ ଉପସ୍ଥାପନ କରାଯାଇଥିଲା । ଆଶା କରାଯାଉଛି କି ଚଳିତ ଥର ଏହା ସଂସଦରେ ପାରିତ ହୋଇପାରେ । ହେଲେ ବିଶେଷଜ୍ଞଙ୍କ ମତରେ ଏହା ୨୦୨୬ ପୂର୍ବରୁ ଲାଗୁ ହୋଇପାରିବ ନାହିଁ । ହେଲେ ଏହି ବିଲ୍ ପାରିତ ହେବା ପରେ ଭାରତ ବିଶ୍ୱର ନିର୍ଦ୍ଧିଷ୍ଟ କିଛି ଦେଶ ସହ ସାମିଲ ହେବ ଯେଉଁ ଦେଶଗୁଡିକରେ ଲୋକତାନ୍ତ୍ରିକ ପ୍ରତିନିଧୀ ମଣ୍ଡଳରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି ।

ଦୁନିଆର ଏମିତି ଅନେକ ଦେଶ ରହିଛି ଯେଉଁଠି ସଂସଦରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ ଯଦି ଆମେ କେବଳ ମହିଳାଙ୍କ ଉପସ୍ଥିତ କଥା କହିବା ତେବେ ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ (ପ୍ରତିଶତରେ) ଦୃଷ୍ଟିରୁ ଭାରତ ଆଜି ୧୮୫ଟି ଦେଶ ମଧ୍ୟରୁ ୧୪୧ ତମ ସ୍ଥାନରେ ରହିଛି । ଏହି ୧୫ ପ୍ରତିଶତ ହାର କେବଳ ବିଶ୍ୱ ହାରାହାରି ଠାରୁ ବହୁତ କମ୍ ନୁହେଁ ବରଂ ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଓ ନେପାଳ ଠାରୁ ମଧ୍ୟ କମ୍ ।

ବିଶ୍ୱର ଅନେକ ଦେଶର ସଂସଦରେ ମହିଳାଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏଥିରେ ଫ୍ରାନ୍ସ, ଦକ୍ଷିଣ କୋରିଆ ଓ ନେପାଳ ରହିଛି । ସେଥିମଧ୍ୟରୁ ନେପାଳ ଓ ଆର୍ଜେଣ୍ଟିନା ୧୯୯୦ ଦଶକରେ ପ୍ରୟାସ ଆରମ୍ଭ କରିଥିଲେ । ଆଜି ଆର୍ଜେଣ୍ଟିନା, ମେକ୍ସିକୋ ଓ କୋଷ୍ଟାରିକା ଭଳି ଦେଶର ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ୩୬ ପ୍ରତିଶତରୁ ଅଧିକ ରହିଛି ।

ସେହିଭଳି ପାକିସ୍ତାନରେ ମହିଳାଙ୍କ ପ୍ରତିନିଧତ୍ୱକୁ ସୁନିଶ୍ଚିତ କରିବାକୁ ସେଠାକାର ସରକାର ସମୟ ସମୟରେ ପଦକ୍ଷେପ ନେଇଛନ୍ତି । ୧୯୫୬ ମସିହାରେ ପାକିସ୍ତାନର ଏକକ ସଂସଦରେ ୧୦ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା , ସେଥିମଧ୍ୟରୁ ୫ଟି ପୂର୍ବ ଓ ୫ଟି ପଶ୍ଚିମ ପାକିସ୍ତାନ ପାଇଁ ସଂରକ୍ଷିତ ଥିଲା ।

କିନ୍ତୁ ସମୟ ସମୟରେ ପାକିସ୍ତାନ ସଂସଦରେ ମହିଳାଙ୍କ ପ୍ରତିନିଧୀତ୍ୱ ବଢିବାରେ ଲାଗିଛି । ବାଂଲାଦେଶ ଗଠନ ପରେ ପୂର୍ବ ପାକିସ୍ତାନର ଅସ୍ତିତ୍ୱ ସମାପ୍ତ ହୋଇଯ୍ଧବଥିଲା ଏବଂ ୧୯୭୩ ମସିହାରେ ନ୍ୟାସନାଲ ଆସେମ୍ବଲିରେ ୧୦ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା । ଯାହାକୁ ୧୯୮୫ରେ ୨୦ କୁ ବୃଦ୍ଧି ପାଇଥିଲା । ହେଲେ ୨୦୦୨ ମସିହାରେ ଜେନେରାଲ ପରଭେଜ ମୁଶାରଫ ସରକାର ଏହି ସଂଖ୍ୟାକୁ ବୃଦ୍ଧି କରି ୩୩ ପ୍ରତିଶତ କରିଥିଲେ ।