ଶ୍ରୀକାନ୍ତ ସାହୁ, ତାଙ୍କ ଝିଅଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗ : ସଂଯୁକ୍ତା ମହଲ ଓ ବିକାଶ ବେହେରାଙ୍କ ମେସେଜ ଆଧାରରେ ଥାନାରେ ଦେଲେ ଏତଲା

551

କନକ ବ୍ୟୁରୋ : ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡଯନ୍ତ୍ର ଅଭିଯୋଗ । ଏନେଇ ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ଥାନାରେ ଏତଲା ଦେଇଛନ୍ତି । ମୋବାଇଲ୍କୁ ଆସିଥିବା ମେସେଜ୍ ଆଧାରରେ ସେ ଥାନାରେ ଏତଲା ଦେଇଛନ୍ତି । ଏହି ମେସେଜରେ ସଂଯୁକ୍ତା ମହଲ ଓ ବିକାଶ ବେହେରା ନାମକ ଜଣେ ଯୁବକଙ୍କ ମଧ୍ୟରେ ଚାଟିଂ ରହିଛି ।

ଏତଲାରେ ଶ୍ରୀକାନ୍ତ ସାହୁ ଲେଖିଛନ୍ତି ଯେ, ଏହି ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ଚାଟିଂରେ ବିକାଶ ବେହେରା ତାଙ୍କୁ ଜୀବନରୁ ହତ୍ୟା କରିବା ପାଇଁ ସଂଯୁକ୍ତା ମହଲଙ୍କୁ ସାହାଯ୍ୟ ମାଗୁଛନ୍ତି । ଶ୍ରୀକାନ୍ତ ସାହୁଙ୍କ ଝିଅକୁ ମଧ୍ୟ ମାରି ଦେବାକୁ ଚାହୁଁଛନ୍ତି । ଶ୍ରୀକାନ୍ତ ସାହୁଙ୍କ ଏତଲା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ବିଜେଡି ନେତ୍ରୀ ସଂଯୁକ୍ତା ମହଲ କିଛି ମାସ ତଳେ ଶ୍ରୀକାନ୍ତ ସାହୁଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ । ମହିଳା ଥାନାରୁ ତାଙ୍କୁ ନ୍ୟାୟ ମିଳିନଥିବାରୁ ହାଇକୋର୍ଟରେ ଅପିଲ କରିଛନ୍ତି । ହାଇକୋର୍ଟ ମଧ୍ୟ ଏହାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ।