ଓଡିଶା ରାଜନୀତିରେ ଜନ୍ମ ନେଲା ନୂଆ ସାମ୍ମୁଖ୍ୟ । ବ୍ରଜ-ଖାରବେଳ ମିଳିତ ଭାବେ ଘୋଷଣା କଲେ ‘ଓଡିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’

କହିଲେ, ବିଜେଡିକୁ କ୍ଷମତାଚ୍ୟୁତ କରିବା ସାମ୍ମୁଖ୍ୟର ମୂଳ ଲକ୍ଷ୍ୟ

383

କନକ ବ୍ୟୁରୋ: ଓଡିଶା ରାଜନୀତିରେ ଜନ୍ମ ନେଇଛି ନୂଆ ସାମ୍ମୁଖ୍ୟ । ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଓ ଖାରବେଳ ସ୍ୱାଇଁଙ୍କ ଉକ୍ରଳ ଭାରତ ମିଳିତ ଭାବେ ଓଡିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ କରିବାକୁ ଘୋଷଣା କରିଛନ୍ତି । ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଏହି ଦୁଇ ନେତା ।

ବ୍ରଜ ଓ ଖାରବେଳ କହିଛନ୍ତି, ୨୦୧୯ରେ ବିଜେଡିକୁ କ୍ଷମତାରୁ ଗାଦିଚ୍ୟୁତ କରିବା ଏହି ସାମ୍ମୁଖ୍ୟର ଲକ୍ଷ୍ୟ ହେବ । ସାମ୍ମୁଖ୍ୟ ଅଭିଯୋଗ କରିଛି, ବିଜେଡି ଓଡିଶାକୁ ଦରିଦ୍ରରୁ ଦରିଦ୍ର କରିଛି । ବିଭିନ୍ନ କ୍ଷେତ୍ରରେ ମାନବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉନାହାନ୍ତି । ଫଳରେ ଲୋକେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଖଟିବାକୁ ଯାଉଛନ୍ତି ।

କୃଷିକ୍ଷେତ୍ର ମଧ୍ୟ ଅବହେଳିତ ହୋଇ ରହିଛି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ସାମ୍ମୁଖ୍ୟର ନେତାମାନେ ବିଜେଡି ସରକାର ଉପରେ ବର୍ଷିଛନ୍ତି । ରାଜ୍ୟର ସମସ୍ତ ବିଜେଡି ବିରୋଧୀ ଶକ୍ତି ଗଣତାନ୍ତ୍ରିକ ସାମ୍ମୁଖ୍ୟରେ ଯୋଗଦେବାକୁ ବ୍ରଜ ଓ ଖାରବେଳ ଅନୁରୋଧ କରିଛନ୍ତି ।