ସଞ୍ଜ ନଇଁ ରାତି ହେଲେ ଝୁମୁଛି ଖଣ୍ଡଗିରି । ରଙ୍ଗୀନ ଆଲୁଅରେ ଝଲସୁଛି ଯାତ୍ରା ପେଣ୍ଡାଲ୍ । ମଞ୍ଚର ଅଭିନୟ, ଦର୍ଶକଙ୍କୁ କରିଦେଉଛି ମତୁଆଲା ।

121

କନକ ବ୍ୟୁରୋ: ସଞ୍ଜ ନଇଁ ରାତି ହେଲେ ଝୁମୁଛି ଖଣ୍ଡଗିରି । ରଙ୍ଗୀନ ଆଲୁଅରେ ଝଲସୁଛି ଯାତ୍ରା ପେଣ୍ଡାଲ୍ । ମଞ୍ଚର ଅଭିନୟ, ଦର୍ଶକଙ୍କୁ ମତୁଆଲା କରିଦେଉଛି । କଳାକାରଙ୍କ ଅଭିନୟ ଓ ସଂଳାପ ଦର୍ଶକଙ୍କୁ ବାନ୍ଧି ରଖୁଛି । ତେବେ ପୂର୍ବଭଳି ଯାତ୍ରା ମେଲୋଡ଼ିରେ ଅଶ୍ଳିଳତା ଦେଖିବାକୁ ମିଳୁନି । ଯାହାକୁ ନେଇ ଦର୍ଶକ ଆଶ୍ୱସ୍ତ ଅଛନ୍ତି ।

ଯାତ୍ରା ଦୁନିଆର ନାମିଦାମୀ କଳାକାରଙ୍କ ଅଭିନୟ ଦେଖିବାକୁ ମିଳୁଛି ଖଣ୍ଡଗିରି ଯାତ୍ରା ପଡ଼ିଆରେ । ସିରିଏଲ ଦୁନିଆରୁ ଯାତ୍ରାରେ ନୂଆ ପରିଚୟ ସୃଷ୍ଟି କରିଥିବା କମଳ ନନ୍ଦଙ୍କ ଅଭିନୟକୁ ବେଶ ପ୍ରଶଂସା କରୁଛନ୍ତି ଦର୍ଶକ । ସେହିପରି ଦିନେ ଘରେ କିଛି ନକହି ଯାତ୍ରାରେ ଅଭିନୟ ପାଇଁ ଲୁଚିକି ଘରୁ ପଳାଇଆସିଥିଲେ ଲିଜା ପଣ୍ଡା । ବାପା ପଇସା ପାଇଁ ଝିଅକୁ ବିକି ଦେଇଥିବା ଚର୍ଚ୍ଚା ହୋଇଥିଲା । ହେଲେ ଆଜି ସେ ଯାତ୍ରାର ଦୁନିଆର ପ୍ରତିଷ୍ଠିତ କଳାକାର ।

ଠିକ୍ ଲିଜାଙ୍କ ଭଳି ଜଣେ ଯାତ୍ରା କଳାକାର ହେଉଛନ୍ତି ଭାରତୀ । ଯାତ୍ରାରେ ଅଭିନୟ ପାଇଁ ସେ ତାଙ୍କ ବଡ଼ ଭଉଣୀର ବାହାଘରରେ ଯୋଗଦେଇପାରିନଥିଲେ । ବଡ଼ ଭଉଣୀର ବାହାଘରକୁ ମାତ୍ର ଅଳ୍ପଦିନ ବାକି ଥିବା ବେଳେ ଇଷ୍ଟର୍ଣ୍ଣ ଭାଓଲେଟରେ ମୁଖ୍ୟ ଚରିତ୍ରରେ ଅଭିନୟ ପାଇଁ ଫୋନ ପାଇଥିଲେ । ଆଉ ବଦଳିଯାଇଥିଲା ତାଙ୍କ ଜୀବନ । ତେବେ ଏ ସବୁ ଭିତରେ ଯାତ୍ରା ମଞ୍ଚରୁ ଦର୍ଶକଙ୍କ ପାଇଁ ଆସିଛି ବାର୍ତ୍ତା । ନାରୀକୁ ସମ୍ମାନ ବାର୍ତ୍ତା ଦେବାକୁ ଖଣ୍ଡଗିରି ଯାତ୍ରାରେ ପରିବେଷଣ ହୋଇଛି ସ୍ୱତନ୍ତ୍ର ନୃତ୍ୟ । ନାରୀ ହେଉଛି ସର୍ବଶକ୍ତିମାନ, ସେ ଚାହିଁଲେ କିଛି ବି କରିପାରିବ । ଏହି ବାର୍ତ୍ତା ନେଇ ମଞ୍ଚସ୍ଥ ହୋଇଛି ନୃତ୍ୟ