କେରଳରେ ପ୍ରବଳ ବର୍ଷା । ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା । 

230

କନକ ବ୍ୟୁରୋ : ଦେଶର ଅନେକ ରାଜ୍ୟର ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଆସାମ ସମେତ କିଛି ରାଜ୍ୟରେ ଲୋକେ ବର୍ଷା ଯୋଗୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆସାମରେ ସ୍ଥିତି ଏକପ୍ରକାର ସଙ୍ଗୀନ ରହିଛି । ବନ୍ୟା ଯୋଗୁ ସେଠି ଭୟଙ୍କର ସ୍ଥିତି ରହିଛି । ସେହିଭଳି କେରଳରେ ବର୍ଷାକୁ ଦୃ୍ଷ୍ଟିରେ ରଖି ଆଇଏମଡି ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି । ଲଗାତର ବର୍ଷା ଯୋଗୁ ସେଠାରେ ହାଇଆଲର୍ଟ ଜାରି ହୋଇଛି । ଶୁକ୍ରବାର ରାଜ୍ୟର ୯ ଜିଲ୍ଲାରେ ବର୍ଷା ନେଇ ୟଲୋ ଆଲର୍ଟ ଜାରି ହୋଇଥିଲା ।

ପାଣିପାଗ ବିଭାଗ ପକ୍ଷରୁ ତିରୁଅନନ୍ତପୁରମ, କୋଲ୍ଲମ, ପଥନମଥିଟା, ଅଲପ୍ପୁରମ, ଏର୍ଣ୍ଣାକୁଲମ, ଇଡୁକ୍କୀ, ତ୍ରିଶୁର, ମଲ୍ଲପୁରମ ଓ କୋଝିକୋଡରେ ୟଲୋ ଆଲର୍ଟ ଜାରି ହୋଇଥିଲା । ଏହାର ଅର୍ଥ ଏହି ସବୁ ଜିଲ୍ଲାରେ ୬ରୁ ୧୧ ସେଣ୍ଟିମିଟର ଯାଏ ପ୍ରବଳ ବର୍ଷା ହେବ । ଆଇଏମଡିର କହିବାନୁଯାୟୀ, କେରଳରେ ମେ ୨୦ରୁ ୨୨ ଯାଏ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ୨୪ ଘଣ୍ଟାରେ ୭ରୁ ୧୧ ସେଣ୍ଟିମିଟର ବର୍ଷାର ସମ୍ଭାବନା ରହିଛି । ଶୁକ୍ରବାର କେରଳ, ଲାକ୍ଷାଦୀପରେ ବର୍ଷା ନେଇ ସତର୍କ କରାଯାଇଛି ।

କେରଳରେ ଗତକିଛି ଦିନ ଧରି ପ୍ରବଳ ବର୍ଷା ଜାରି ରହିଛି । ଦକ୍ଷିଣରାଜ୍ୟର ଅନେକ ସ୍ଥାନରେ ଏହାର ପ୍ରଭାବ ପଡିଥିବା ବେଳେ ଜନଜୀବନ ବେସ ପ୍ରଭାବିତ ହୋଇଛି । ଆଇଏମଡି ପୂର୍ବରୁ ଅନୁମାନ କରିଥିଲା ମୌସୁମୀ ପ୍ରଭାବରେ ୨୭ ତାରଖ ପୂର୍ବରୁ ବର୍ଷା ହେବ ।