ପଶୁପ୍ରେମୀଙ୍କ ପାଇଁ ପ୍ରେରଣା: ପଶୁ, ପକ୍ଷୀଙ୍କୁ ପୁଅ ଝିଅ ଭଳି ପାଳୁଛନ୍ତି, ବାପା-ମାଆଙ୍କ ପରି ପୂଜା କରୁଛନ୍ତି ଏହି ଦମ୍ପତି ।

466

କନକ ବ୍ୟୁରୋ: ପୋଷ୍ୟ ପଶୁ ପାଲଟିଛନ୍ତି ପରିବାର । କେରଣଳର ଏମିତି ଏକ ଦମ୍ପତି ଯାହାଙ୍କ ବିଷୟରେ ଜାଣିଲେ ଆପଣଙ୍କ ପାଇଁ ଏକ ପ୍ରେରଣାଦାୟକ କାହାଣୀ ପାଲଟିଯିବ । କେରଳସ୍ଥିତ କୋଚିର ଏକ ଦମ୍ପତି ଉଷା ଏବଂ ଦିନେଶ ତାଙ୍କ ଘରେ ଗୋଟିଏ ନୁହେଁ କି ଦୁଇଟା ନୁହେଁ କୁକୁର, ବିରାଡ଼ି, ପେଚା, ଗାଈ, ପାରା ଓ କୁଆ ଆଦି ଅନେକ ଜୀବଙ୍କୁ ପାଳିଛନ୍ତି । ପଶୁ, ପକ୍ଷୀଙ୍କୁ ପୁଅ ଝିଅ ଭଳି ପାଳୁଛନ୍ତି ଆଉ ବାପା-ମାଆଙ୍କ ପରି ପୂଜା କରୁଛନ୍ତି ଏହି ଦମ୍ପତି । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସକାଳୁ ଏହି ଦମ୍ପତି ଉଷା ଏବଂ ଦିନେଶଙ୍କ ନିଦ ଭାଙ୍ଗେ ଏହି ପୋଷ୍ୟ ପ୍ରାଣୀଙ୍କ ସ୍ୱର ଶୁଣି । ବିଶେଷ କରି ରାସ୍ତାଘାଟରେ ଖଣ୍ଡିଆଖାପରା ହୋଇ ପଡ଼ିଥିବା ଜୀବଯନ୍ତୁମାନଙ୍କୁ ଟେକି ଆଣି ନିଜ ଘରେ ସେମାନଙ୍କର ଯତ୍ନ ନେଇଥାନ୍ତି ଏହି ଦମ୍ପତି । ୯୦ ପ୍ରତିଶତରୁ ଊର୍ଧ୍ୱ ଯନ୍ତୁ ଗାଡ଼ି ଧକ୍କାରେ ଖଣ୍ଡିଆ ଖାପରା ହୋଇ ପଡ଼ିଥିବା ବେଳେ ଦମ୍ପତି ସେମାନଙ୍କୁ ଆଣି ତାଙ୍କ ଘରେ ପୋଷିଥାନ୍ତି ।

ଜୀବଯନ୍ତୁମାନଙ୍କୁ ପୋଷିବା ଏହି ପତି-ପତ୍ନୀଙ୍କର ଏକ ସଉକ । ସେମାନେ ଏହି କାମ କରି ଆତ୍ମସନ୍ତୋଷ ପାଆନ୍ତି ବୋଲି ଜଣାଇଛନ୍ତି । ଏଥିପାଇଁ ବହୁ ସ୍ଥାନରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି ଏହି ଦମ୍ପତି । ତେବେ ପୋଷ୍ୟପ୍ରାଣୀଙ୍କ ପ୍ରତି ଏତେ ପ୍ରେମ ଦେଉଥିବା ଏହି ଦମ୍ପତିଙ୍କୁ ନେଇ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି ।