ସହିଦ ବାୟୁସେନା ଅଧିକାରୀଙ୍କୁ ସମ୍ମାନ ! ଜାତୀୟ ଯୁଦ୍ଧ ସ୍ମାରକୀରେ ରହିବ ୧୯୯୦ ଆକ୍ରମଣରେ ସହିଦ ବାୟୁସେନା ଅଧିକାରୀଙ୍କ ନାମ

195

୧୯୯୦ ମସିହାରେ ବିଚ୍ଛିନ୍ନତାବାଦୀ ୟାସିନ୍ ମଲିକଙ୍କ ଦ୍ୱାରା ନିହତ ସ୍କ୍ଵାଡର୍ଣ୍ଣ ଲିଡର୍ ରବି ଖାନ୍ନାଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକୀରେ ଅନ୍ତର୍ଭୁକ୍ତ କରିବାକୁ ଭାୟତୀୟ ବାୟୁସେନା ଅନୁମୋଦନ କରିଛି । ତାଙ୍କର ନାମ ସେଠାରେ ରଖାଯିବା ଉଚିତ ବୋଲି ସମ୍ପୃକ୍ତ ବାୟୁସେନା କର୍ତ୍ତୃପକ୍ଷମାନେ ସେପ୍ଟେମ୍ବର ମାସ ଶେଷ ସପ୍ତାହରେ ଏହି ନିଷ୍ପତ୍ତି ନେଇଥିଲେ। ଆକ୍ରମଣ ସମୟରେ କାର୍ଯ୍ୟରତ କର୍ମଚାରୀମାନଙ୍କର ନାମ ସମ୍ପୃକ୍ତ ବିଭାଗ ଜାତୀୟ ଯୁଦ୍ଧ ସ୍ମାରକୀକୁ ଯୋଗାଇ ଦିଆଯାଇଥାଏ। ତା’ପରେ ସହିଦଙ୍କ ନାମ ପ୍ରାଚୀରରେ ଉଲ୍ଲେଖ କରାଯାଏ। ତା’ ସହିତ ପ୍ରାଚୀରରେ ଥାଏ କେଉଁ ଅଭିଯାନରେ ସେ ପ୍ରାଣ ବଳି ଦେଇଥିଲେ।

ନିଷିଦ୍ଧ କରାଯାଇଥିବା ଜମ୍ମୁ ଓ କାଶ୍ମୀର ଲିବରେସନ୍ ଫ୍ରଣ୍ଟର ମୁଖ୍ୟ ୟାସିନ୍ ମଲିକ ଚାରିଜଣ ବାୟୁସେନା କର୍ମଚାରୀଙ୍କୁ ହତ୍ୟା କରିବାରେ ସମ୍ପୃକ୍ତ ଥିଲେ। ୧୯୯୦ ମସିହା ଜାନୁଆରି ୨୫ ତାରିଖ ଦିନ ଜେକେଏଲଏଫ୍ ଆତଙ୍କବାଦୀମାନଙ୍କ ଦ୍ୱାରା ୪ ଜଣ ବାୟୁସେନା କର୍ମଚାରୀ ନିହତ ହୋଇଥିଲେ। ନିହତ ବାୟୁସେନା କର୍ମଚାରୀଙ୍କ ମଧ୍ୟରେ ଥିଲେ କଶ୍ମୀରରେ ସହିଦ ହୋଇଥିବା ସ୍କ୍ଵାଡର୍ଣ୍ଣ ଲିଡର୍ ରବି ଖାନ୍ନା।