ଆହ୍ଳାବାଦ ହାଇକୋର୍ଟରେ ନିଯୁକ୍ତ ୮୪୧ ଓକିଲଙ୍କୁ ହଟାଇଲେ ଯୋଗୀ ସରକାର, ଜାଣନ୍ତୁ କାରଣ

313

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ଯୋଗୀ ସରକାର ୫୪୧ ଜଣ ସରକାରୀ ଓକିଲଙ୍କୁ ହଟାଇ ଦେଇଛନ୍ତି । ଏନେଇ ରାଜ୍ୟ ସରକାର ଏକ ଆଦେଶ ଜାରି କରିଛନ୍ତି । ଜାରି ହୋଇଥିବା ଆଦେଶ ମୁତାବକ ଆହ୍ଲାବାଦ ହାଇକୋର୍ଟରେ ନିଯୁକ୍ତ ୮୪୧ ଜଣ ସରକାରୀ ଓକିଲଙ୍କ ସେବା ବନ୍ଦ କରାଯାଇଛି । ପ୍ରୟାଗରାଜରେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବେଞ୍ଚରୁ ୫୦୫ ଜଣ ସରକାରୀ ଓକିଲଙ୍କ ସେବା ବନ୍ଦ କରାଯାଇଥିବା ବେଳେ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରୁ ୩୩୬ ଜଣ ସରକାରୀ ଓକିଲଙ୍କ ସେବା ବନ୍ଦ କରାଯାଇଛି । ତେବେ ସେମାନଙ୍କୁ କାହିଁକି ହଟାଗଲା ସେନେଇ କିଛି ସ୍ପଷ୍ଟ ହୋଇ ନାହିଁ ।

ସୂଚନା ମୁତାବକ ରାଜ୍ୟ ଆଇନ ଏବଂ ନ୍ୟାୟ ବିଭାଗର ସ୍ୱତନ୍ତ୍ର ସଚିବ ନିକୁଞ୍ଜ ମିତ୍ତଲ ଏହି ଆଦେଶ ଜାରି କରିଛନ୍ତି । ଏହି ଆଦେଶ ମୁତାବକ ଆହ୍ଲାବାଦ ହାଇକୋର୍ଟର ଅତିରିକ୍ତ ଆଡଭୋକେଟ ଜେନେରାଲ ବିନୋଦ କାନ୍ତଙ୍କୁ ମଧ୍ୟ ହଟାଇ ଦିଆଯାଇଛି । ଏହାସହ ମୁଖ୍ୟ ବେଞ୍ଚ ପ୍ରୟାଗରାଜରେ ୨୬ ଜଣ ଅତିରିକ୍ତ ମୁଖ୍ୟ ସ୍ଥାୟୀ ପରାମର୍ଶଦାତାଙ୍କୁ ମଧ୍ୟ ହଟାଇ ଦିଆଯାଇଛି । କେବଳ ଏତିକି ନୁହେଁ ୧୭୯ ଜଣ ଓକିଲଙ୍କୁ ମଧ୍ୟ ବରଖାସ୍ତ କରାଯାଇଥିବା ବେଳେ ୧୧୧ ଜଣ ବ୍ରିଫହୋଲ୍ଡର ସିଭିଲଙ୍କ ସେବାକୁ ମଧ୍ୟ ବରଖାସ୍ତ କରାଯାଇଛି । ଅପରାଧିକ କ୍ଷେତୟରେ ୧୪୧ ଜଣ ସଂକ୍ଷିପ୍ତ ଧାରକଙ୍କୁ ହଟାଇ ଦିଆଯାଇଥିବା ବେଳେ ୪୭ ଜଣ ପ୍ରଶାସନିକ ବିଭାଗର ଓକିଲଙ୍କୁ ସେମାନଙ୍କ କାର୍ଯ୍ୟରୁ ବହିସ୍କାର କରାଯାଇଛି ।

ସେପଟେ ଏହି ଆଦେଶ ମୁତାବକ ଲକ୍ଷ୍ନୌ ବେଞ୍ଚର ଦୁଇ ମୁଖ୍ୟ ସ୍ଥାୟୀ ପରିଷଦର ସେବାକୁ ମଧ୍ୟ ସମାପ୍ତ କରାଯାଇଛି । ଏହାସହ ଏହି କାର୍ଯ୍ୟରେ ନିୟୋଜିତ ଥିବା ୩୬ ଜଣ ଅତିରିକ୍ତ ସରକାରୀ ଓକିଲଙ୍କୁ ମଧ୍ୟ ହଟାଇ ଦିଆଯାଇଛି । ଲକ୍ଷ୍ନୌ ବେଞ୍ଚର ଅପରାଧିକ ମାମଲାରେ ନିଯୁକ୍ତ ହୋଇଥିବା ୬୬ ଜଣ ସଂକ୍ଷିପ୍ତ ଧାରକଙ୍କ ସେବା ବନ୍ଦ କରାଯାଇଛି ।