ଅଭିମାନ କଲେ, ଅନୁପସ୍ଥିତ ରହିଲେ: ମନ୍ତ୍ରୀପଦ ମିଳିଲାନି ବୋଲି ମନମାରିି ବସିଲେ ଜୁଏଲ

266

କନକ ବ୍ୟୁରୋ: ଅଭିମାନ କଲେ ଜୁଏଲ ଓରାମ । ମନ୍ତ୍ରୀପଦ ମିଳିଲାନି ବୋଲି ମନମାରି ମୋଦିଙ୍କ ଶପଥ ଉତ୍ସବକୁ ଗଲେନି ଜୁଏଲ ଓରାମ । ମନ୍ତ୍ରୀପଦ ନମିଳିବାରୁ ଶପଥ ଉତ୍ସବରେ ସାମିଲ ହୋଇନଥିବା କଥା ଆଜି କହୁ କହୁ କହି ଦେଇଛନ୍ତି ଜୁଏଲ । ଏକ ସଭାରେ ଭାଷଣ ଦେବା ବେଳେ ନିଜ ମନର କଥା କହିଛନ୍ତି ଜୁଏଲ । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରାନଯିବା ନେଇ ଆଜି ପ୍ରଥମଥର ପାଇଁ ମନର କଥା କହିଛନ୍ତି ପୂର୍ବତନ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ।

ସାଂସଦ ଭାବେ ନିର୍ବାଚନ ଜିତିବା ପରେ ମନ୍ତ୍ରୀପଦ ପାଇଁ ଆଶାୟୀ ଥିଲେ ଜୁଏଲ । ଏପରିକି ମୋଦିଙ୍କ କ୍ୟାବିନେଟରେ ଜୁଏଲଙ୍କୁ ସାମିଲ କରାଯିବା ନେଇ ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ ମନ୍ତ୍ରୀ ପଦ ନମିଳିବା ପରେ କିଛି ଦିନ ଚୁପ ରହି ଶେଷରେ ଆଜି ମୁହଁ ଖୋଲିଛନ୍ତି ଜୁଏଲ । ମନ୍ତ୍ରୀପଦ ନମିଳିବା ତାଙ୍କୁ ଗଭୀର ଦୁଃଖ ଦେଇଛି । ଆଉ ସେଇଥିପାଇଁ ସେ ମୋଦିଙ୍କ ଶପଥ ଉତ୍ସବରେ ଯୋଗ ଦେଇନଥିଲେ । ମନ୍ତ୍ରୀପଦ ପାଇଁ ଆଶାୟୀ ଥିଲେ ନମିଳିବାରୁ ତାଙ୍କ ପତ୍ନୀ ନଯିବାକୁ କହିଲେ । ତୁମକୁ ମନ୍ତ୍ରୀପଦ ମିଳିନି ତେଣୁ ସେଠିକି ଯିବାକୁ ମତେ ଖରାପ ଲାଗିବ ବୋଲି ପତ୍ନୀ ମନାକରିବା ପରେ ଆମେ ମୋଦିଙ୍କ ଶପଥ ସଭାକୁ ନଯିବାକୁ ସ୍ଥିର କରିଥିଲୁ ।

ତେବେ ଜୁଏଲଙ୍କୁ ମନ୍ତ୍ରୀପଦ ନମିଳିବା ପରେ ତାଙ୍କ ମାନଭଞ୍ଚନ ପାଇଁ ଲାଗିପଡିଥିଲେ ଉଭୟ ଧର୍ମେନ୍ଦ୍ର-ପ୍ରତାପ । ଜୁଏଲଙ୍କ ବାସଭବନରେ ତାଙ୍କୁ ବୁଝାଇବାକୁ ଲାଗିଥିଲେ । ହେଲେ ସେ ଦୁଃଖିତ ଥିବା ଆଜି କହିଛନ୍ତି ।