ମୁନ୍ନା ଖାଁଙ୍କ ଟାର୍ଗେଟରେ ଜୟନାରାୟଣ : କହିଲେ, ଗଣ୍ଡଗୋଳ ଆଉ ଝାମେଲା ତାଙ୍କର ଅଭ୍ୟାସ

181

କନକ ବ୍ୟୁରୋ : ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ କଲେ ମୁନ୍ନା ଖାଁ । କହିଲେ ସବୁବେଳେ ସେ ଗୋଟେ କଥା କହିଆସୁଛନ୍ତି, ମୋତେ ମାରି ଦେବାକୁ ଚକ୍ରାନ୍ତ କରାଯାଉଛି ସେଥିରେ ନୂଆ କଥା ନାହିଁ । ଜଣେ ଡ଼ିଉଟିରେ ଥିବା ମହିଳା ପୋଲିସ ଅଧିକାରୀଙ୍କୁ ଧକ୍କା ମାରିବା, ଠେଲିବା ଉଚିତ କଥା ନୁହେଁ , ଭୁଲ ମାଗିନେବା କଥା । ଏହା ପରେ ବି କହୁଛନ୍ତି ଅନୁତପ୍ତ ନୁହେଁ  କି ଭୁଲ ମାଗିବେନି ତେବେ ଭଗବାନ ଭରସା ।  ତାଙ୍କ ଦଳ ସଭାପତିଙ୍କୁ ମାଡ ମାରିଥିଲେ, ଦଳ ସେଥିପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ।  ଯେଉଁଠି ଗଲେ ଗଣ୍ଡଗୋଳ କଲେ, ଏହା ତାଙ୍କର ଅଭ୍ୟାସ ।  ବିଜେପି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ।  ସେ ନିଜେ ଇସ୍ତଫା ଦେବା କଥା ନଚେତ ବହିଷ୍କାର କରିଦେବା କଥା ।

ସେପଟେ, ଜୟନାରାୟଣ ମିଶ୍ର କହିଲେ ପ୍ରତି କ୍ରିୟାର ପ୍ରତିକ୍ରିୟା ଅଛି । ଜଣେ ପୋଲିସ କର୍ମଚାରୀ ମୋତେ ଖରାପ ବ୍ୟବହାର ଦେଖାଇଲେ । ମୋ ଗୋଡ ଉପରେ ଆଇଆଇସି ଚକୁଡିଦେଲେ, ପ୍ରତିକ୍ରିୟାରେ ମୁଁ ଠେଲିଦେଲି । ସେଥିପାଇଁ ମୁଁ କ୍ଷମା ମାଗିବି ନା ଓଡିଶା ସରକାର ମୋତେ କ୍ଷମା ମାଗିବେ । ଆଇଆଇସି ଡ୍ୟୁଟିରେ ନଥିବା ବେଳେ , ସେ କାହିଁକି ଆସି ମୋ ଗୋଡକୁ ଚକୁଡି ଦେଲେ । ଯେଉଁଟା କ୍ୟାମେରାରେ ଦେଖାଯାଇନି । ମୁଁ ଜଣେ ସାଧାରଣ ମଣିଷ । ମହାତ୍ମା ଗାନ୍ଧୀ ନୁହେଁ ଯେ, ଗୋଟେ ଗୋଡକୁ ଚକୁଡିଦେଲା ପରେ ଆଉ ଗୋଟେ ଗୋଡକୁ ଦେଖାଇବି । ନିରପେକ୍ଷ ତଦନ୍ତ ହେଲେ ମୁଁ ସହଯୋଗ କରିବି ।