ମୋଦି ସରକାରଙ୍କ ଐତିହାସିକ ନିଷ୍ପତି: ଦୁଇ ଭାଗ ହେଲା ଜମ୍ମୁ-କାଶ୍ମୀର, ଉଚ୍ଛେଦ ହେବ ଧାରା ୩୭୦

ଅଲଗା ହେଲା ଲଦାଖ, ମିଳିଲା କେନ୍ଦ୍ର ଶାସିତ ଅଂଚଳ ମାନ୍ୟତା; ସେପଟେ ଧାରା ୩୭୦ ଉଛେଦ କରିବାକୁ ରାଜ୍ୟସଭାରେ ସଂକଳ୍ପ ଆଗତ ହେବା ପରେ ଉଭୟେ ସମ୍ବିଧାନକୁ ଚିରିବାକୁ ଉଦ୍ୟମ କରିଥିଲେ । ମିର୍ ଫୟାଜ ନିଜେ ପିନ୍ଧିଥିବା ପୋଷାକକୁ ଚିରି କରିଥିଲେ ପ୍ରତିବାଦ ।

1,721

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରକୁ ନେଇ ଆଜି ଐତିହାସିକ ନିଷ୍ପତି ନେଇଛନ୍ତି ମୋଦି ସରକାର । ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ହଟାଇବାକୁ ସୁପାରିସ ରାଜ୍ୟସଭାରେ ଆଗତ କରିଛନ୍ତି । ଏହାଛଡା ରାଜ୍ୟସଭାରେ ଅମିତ ଶାହା ରାଜ୍ୟର ପୁନର୍ଗଠନ ବିଧେୟକକୁ ମଧ୍ୟ ଉପସ୍ଥ।।ପନା କରିଛନ୍ତି । ଯାହାଦ୍ୱାରା ଜମ୍ମୁକାଶ୍ମୀରଠାରୁ ଲଦାଖକୁ ବିଭାଜନ କରିଦିଆଯାଇଛି । ଲଦାଖକୁ ବିନା ବିଧାସଭାନ କେନ୍ଦ୍ରଶାସିତ ରାଜ୍ୟର ମାନ୍ୟତା ଦିଆଯାଇଛି ।

ତେବେ ଅମିତ ଶାହା ନିଜ ବୟାନରେ କହିଛନ୍ତି କି, ଲଦାଖର ଲୋକଙ୍କ ଦୀର୍ଘଦିନ ଧରି ଦାବି ରହିଥିଲା କି ଲଦାଖକୁ କେନ୍ଦ୍ର ଶାସିତ ରାଜ୍ୟର ମାନ୍ୟତା ଦିଆଯାଉ ବୋଲି । ଯାହାଦ୍ୱାରା ଏଠିକାର ଲୋକଙ୍କୁ ନିଜ ଲକ୍ଷ୍ୟ ହାସଲ କରିବାକୁ ସୁଯୋଗ ମିଳିପାରିବ । ରିପୋର୍ଟ ଅନୁସାରେ, ଜମ୍ମୁ-କାଶ୍ମୀରକୁ ପୃଥକ ଭାବେ କେନ୍ଦ୍ର ଶାସିତ ରାଜ୍ୟର ମାନ୍ୟତା ଦିଆଯାଇଛି । ଆଉ ମୋଦି ସରକାରଙ୍କ ଏହି ଐତିହାସିକ ନିଷ୍ପତି ପରେ ଏବେ ଜମ୍ମୁ-କାଶ୍ମୀର ରାଜ୍ୟରେ ବିଧାନସଭା ହେବ ।

ଏଠାରେ ଆମେ କହିଛ ରଖୁଛି କି, ଏହା ପୂର୍ବରୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟସଭାରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପ୍ରସ୍ତାବ ଆଗତ କରିଛନ୍ତି । ଏବେ ଶାହାଙ୍କ ପ୍ରସ୍ତାବ ଆଗତ କରିବା କ୍ଷଣି ହିଁ ଗୃହରେ ବିରୋଧୀଙ୍କ ହଙ୍ଗାମା ଆରମ୍ଭ ହୋଇଯାଇଥିଲା । ରାଜ୍ୟସଭାରେ ବିରୋଧୀମାନେ ଏହି ପ୍ରସ୍ତାବକୁ ନେଇ ଜୋରଦାର ହଟ୍ଟଗୋଳ ଏବେ ମଧ୍ୟ ଜାରି ରହିଛି । ପିଡିପି ସାଂସଦ ଏହି ଘୋଷଣା ପରେ ହିଁ ଡ୍ରେସ୍ ଫାଡି ଗୃହର ମଧ୍ୟଭାଗରେ ବସି ଯାଇଥିଲେ ଏବଂ ସରକାରଙ୍କ ବିରୁଦ୍ଧରେ ନାରାବାଜି ଆରମ୍ଭ କରିଦେଇଥିଲେ । ଖାଲି ଏତିକି ନୁହେଁ ଟିଏମସି ଏବଂ ଡିଏମକେର ସାଂସଦମାନେ ମଧ୍ୟ ସରକାରଙ୍କ ଏହି ଘୋଷଣା ଉପରେ ଖୁବ୍ ହଙ୍ଗାମା କରିଛନ୍ତି ।