ପୁଣିଥରେ ଆରମ୍ଭ ହେବ ଶ୍ରୀଜୀଉଙ୍କ ବିରଳ ରଘୁନାଥ ବେଶ। ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାରଙ୍କଠାରୁ ଅନୁମତି ଲୋଡିଛି।

247

କନକ ବ୍ୟୁରୋ: ଶ୍ରୀମନ୍ଦିର ରେକର୍ଡରୁ ଜଣାପଡ଼ିଛି, ୧୯୦୫ ମସିହା ଏପ୍ରିଲ୍ ୨୬ରେ ଶେଷ ଥର ପାଇଁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ କରାଯାଇଥିଲା । ଏହା ବିରଳ ଏଇଥିପାଇଁ ଯେ ଏକ ବିଶେଷ ତିଥିରେ ରଘୁନାଥ ବେଶ ହୋଇଥାଏ ।

ବିରଳ ରଘୁନାଥ ବେଶ

ବୈଶାଖ ମାସରେ ରାମାଭିଷେକ ଦିନ ପୁଷ୍ୟାନକ୍ଷତ୍ର ଓ କର୍କଟ ରାଶି ଏକ ସଂଗେ ପଡ଼ିଲେ ହୋଇଥାଏ ରଘୁନାଥ ବେଶ ।

ରଘୁନାଥ ବେଶ ପାଇଁ ରହିଛି ସ୍ୱତନ୍ତ୍ର ବିଧି ଓ ପରମ୍ପରା

ହୀରା, ନୀଳା, ମୋତି, ମାଣିକ୍ୟ ଓ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୁଅନ୍ତି ମହାପ୍ରଭୁ

ସୁନାର ଧନୁସର ଧାରଣ କରନ୍ତି ଶ୍ରୀଜିଉ

ଜଗନ୍ନାଥ, ପ୍ରଭୁ ଶ୍ରୀରାମଙ୍କ ବେଶ ଧାରଣ କରନ୍ତି

ଲକ୍ଷ୍ମଣଙ୍କ ଭଳି ସଜ୍ଜିତ ହୁଅନ୍ତି ବଳଭଦ୍ର

ରତ୍ନ ସିଂହାସନରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ହୋଇଥାଏ ଶ୍ରୀରାମଙ୍କ ଦରବାର

ହନୁମାନ, ସୁଗ୍ରୀବ, ନଳ, ନୀଳ, ବିଭୀଷଣ ଓ ପରିଷଦବର୍ଗଙ୍କ ମୂର୍ତ୍ତି ସ୍ଥାପନ ହୋଇଥାଏ

ସରକାର ଚାହିଁଲେ ଜଗନ୍ନାଥଙ୍କ ଏହି ଚିତାକର୍ଷକ ବେଶ ହୋଇପାରିବ ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ । ଏହି ବେଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ । ଏବଂ ଏହି ବିରଳ ବେଶର ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । କେବଳ ସରକାର ଚାହିଁଲେ ଏହା ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି, ରଘୁନାଥ ବେଶ କରିବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ୧୫୭୭ରୁ ୧୯୦୫ ମଧ୍ୟରେ ୯ଥର ହୋଇଥିଲା ଶ୍ରୀଜିଉଙ୍କ ବିରଳ ରଘୁନାଥ ବେଶ । ଭାରତ ସ୍ୱାଧୀନ ହେବା ପରେ କୌଣସି ସରକାର ମହାପ୍ରଭୁଙ୍କ ଏହି ବେଶ କରିବାକୁ ସାହାସ କରିପାରିନାହାନ୍ତି ।