ଜ୍ୟାକଲିନଙ୍କ ବଢିଲା ଅଡୁଆ। ଅଭିନେତ୍ରୀଙ୍କୁ ଅଭିଯୁକ୍ତ କହିଲା ଇଡି।

116

କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢିଛି । କନମ୍ୟାନ ସୁକେଶ ଚନ୍ଦ୍ର ଶେଖର ମାମଲାରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୧୫କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନ ଜଣେ ହିତାଧିକାରୀ ଥିଲେ ବୋଲି କୋର୍ଟରେ କହିଛି ଇଡି । ଇଡି କହିଛି ସୁକେଶ ଚନ୍ଦ୍ରଶେଖର ଜଣେ ଅପରାଧୀ ବୋଲି ଜ୍ୟାକଲିନ ପୂର୍ବରୁ ଜାଣିଥିଲେ । ସେ ଠକିଥିବା ଟଙ୍କାରେ ଅଭିନେତ୍ରୀ ଫାଇଦା ନେଇଥିଲେ ।

ଯଦି ଇଡି କୋର୍ଟରେ ଜ୍ୟାକଲିନଙ୍କ ନାଁରେ ଚାର୍ଜସିଟ ଦାଖଲ କରିବ ତେବେ ଅଭିନେତ୍ରୀଙ୍କ ଗିରଫ ସମ୍ଭାବନା ବୃଦ୍ଧିପାଇବ । କାରଣ ମାରଥନ ଜେରା ଓ ତଦନ୍ତ ପରେ ଏବଂ ଜ୍ୟାକଲିନଙ୍କୁ ଠକେଇ ମାମଲାର ଜଣେ ଅଭିଯୁକ୍ତ ବୋଲି କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଠକେଇ ମାମଲାରେ ଜ୍ୟାକଲିନଙ୍କ ବିରୋଧରେ ଦିଲ୍ଲୀ କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ସପ୍ଲିମେଂଟାରୀ ଚାର୍ଜସିଟ ଦାଖଲ କରିପାରେ ଇଡି । ଏହି ଚାର୍ଜର୍ସିଟ୍ ପ୍ରିଭେସନସନ ଅଫ୍ ମନି ଲଣ୍ଟ୍ରିଂ ଆକ୍ଟ ଅନୁଯାୟୀ ଦାଖଲ କରାଯିବ । ଅନ୍ୟପଟେ ସୁକେଶ ଚନ୍ଦ୍ର ଶେଖରଙ୍କ ସହ ସମ୍ପୃକ୍ତ ୨୦୦କୋଟି ଟଙ୍କା ପୁନରୁଦ୍ଧାର ମାମଲାରେ ଏକ ସପ୍ଲିମେଂଟାରୀ ଚାର୍ଜସିଟ କରାଯିବ । ତେବେ ଜ୍ୟାକଲିନଙ୍କ ଏବେ ସୁଦ୍ଧା କେବଳ ଜେରାର ସମ୍ମୁଖୀନ ହୋଇସାରିଛନ୍ତି ଆଉ ଏବେ ତାଙ୍କୁ ଅଭିଯୁକ୍ତ କହିଛି ଇଡି । ତେଣୁ ଆଗକୁ ତାଙ୍କର ଗିରଫଦାରୀ ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି । ତଦନ୍ତ ଆରମ୍ଭ ହେବା ପରେ ଇଡି ନାୟିକାଙ୍କ ୭କୋଟିର ଅଧିକ ମୂଲ୍ୟର ସମ୍ପତି ଆଟାଚ୍ କରିସାରିଛି ।

୨୦୦କୋଟି ଟଙ୍କା ବଟି ଆଦାୟ ମାଲାର ଖୁଲ୍ଲାସା କରୁ କରୁ ଇଡି କନ୍ମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ନିକଟରେ ପହଁଚିଥିଲା । ପରେ ଜ୍ୟାକଲିନଙ୍କ ସହ ସୁକେଶର ସର୍ମ୍ପକ ଥିବା ଜାଣିବା ପରେ ଇଡି ଅଭିନେତ୍ରୀଙ୍କୁ ତଦନ୍ତ ପରିସରକୁ ଆଣିଥିଲା ।

ଇଡି କହିଛି ସୁକେଶ ଜ୍ୟାକଲିନଙ୍କୁ ବହୁମୂଲ୍ୟର ଉପହାର ଦେଇଛି । ଯେଉଁଥିରେ ବିଦେଶରେ ଟ୍ରିପ, ସ୍ପେଶାଲ ଚାର୍ଟାଡ ବିମାନ, ଦାମୀ ବିଦେଶୀ ବିଲେଇ, ଘୋଡା, ସୁନା ଅଳଙ୍କାର ଏମିତି ଅନେକ କିଛି ରହିଛି । କେବଳ ସେତିକି ନୁହେଁ ଅଭିନେତ୍ରୀଙ୍କ କିଛି ସର୍ମ୍ପକୀୟଙ୍କ ପାଇଁ ମଧ୍ୟ ସୁକେଶ କୋଟି କୋଟି ଟଙ୍କାର ଅର୍ଥ ପାଣି ପରି ଖର୍ଚ୍ଚ କରିଛି । ବର୍ତମାନ ତିହାଡ ଜେଲରେ ରହିଛି ସୁକେଶ ।