ଇସ୍ରୋ ପକ୍ଷରୁ ଅତ୍ୟାଧୁନିକ ନାଭିଗେସନ୍ ସାଟେଲାଇଟର ଉତକ୍ଷେପଣ : ସାମରିକ ଓ ବେସାମରିକ କ୍ଷେତ୍ରରେ ଯୋଗାଇବ ସେବା

138

କନକ ବ୍ୟୁରୋ : ଇସ୍ରୋର ସଫଳ ପରୀକ୍ଷଣ । ଜିଏସଏଲଭି-ଏଫ-୧୨ ଜରିଆରେ ଏନ୍ଭିଏସ୍-୦୧ ସାଟେଲାଇଟର ସଫଳ ଉତକ୍ଷେପଣ କରାଯାଇଛି । ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଏହି ଏନ୍ଭିଏସ୍-୦୧ ସାଟେଲାଇଟର ସଫଳ ଉତକ୍ଷେପଣ କରାଇଛି । ୨ହଜାର ୨୩୨ କିଲୋଗ୍ରାମ ଓଜନର ଏହି ନାଭିଗେସନ ସାଟେଲାଇଟକୁ ସତୀଶ ଧୱନ ସ୍ପେଶ ସେଣ୍ଟରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ମହାକାଶକୁ ଉତକ୍ଷେପଣ କରାଯାଇଛି ।

ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଛଡାଯାଇଥିବା ଏହି ରକେଟ ୨୦ ମିନିଟ ଧରି ମହାକାଶକୁ ଉଠିବା ପରେ ସେଥିରେ ଥିବା ସାଟେଲାଇଟକୁ ତାର ନିର୍ଦ୍ଦିଷ୍ଟ କକ୍ଷପଥକୁ ଛଡାଯାଇଥିଲା । ଏହି ସାଟେଲାଇଟ ଉଭୟ ସାମରିକ ଓ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସେବା ଯୋଗାଇବ । ଏହାର ନେଟୱର୍କ ଅଂଚଳ ଭାରତ ଓ ଭାରତ ସୀମା ବାହାରର ୧୫୦୦ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଞ୍ଚଳରେ କାର୍ଯ୍ୟ କରିବ । ଏହା ୧୨ବର୍ଷରୁ ଅଧିକ ସମୟ ଧରି କକ୍ଷପଥରେ ପରିକ୍ରମା କରିବା ସହିତ ସେବା ଯୋଇବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।