ଘନେଇଲା ଯୁଦ୍ଧ ଆଶଂକା । କେବଳ ଇରାନ ନୁହେଁ ଆଉ ୨ ଦେଶ ଉପରେ ଇସ୍ରାଏଲ ଆକ୍ରମଣ କରିଥିବା ସୂଚନା

783

କନକ ବ୍ୟୁରୋ : ଏପ୍ରିଲ ୧୩ ତାରିଖରେ ଇରାନ ତରଫରୁ ଇସ୍ରାଏଲ ଉପରେ ଜୋରଦାର ମିସାଇଲ ଆକ୍ରମଣ କରିଥିଲା । ଏହାପରେ ଅନୁମାନ କରାଯାଉଥିଲା କି, ଇସ୍ରାଏଲ ଇରାନ ଉପରେ ପ୍ରତିଆକ୍ରମଣ ନିଶ୍ଚିନ୍ତ କରିବ । ଠିକ୍ ଗୋଟିଏ ସପ୍ତାହ ପରେ ତାହା ପ୍ରମାଣିତ ହୋଇଛି । ଇସ୍ରାଏଲ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି । ହେଲେ ଇସ୍ରାଏଲ କେବଳ ଇରାନ ନୁହେଁ ବରଂ ଆଉ ଦୁଇଦେଶ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି ।

ଋିପୋର୍ଟ ମୁତାବକ ଇସ୍ରାଏଲ ଇରାନ ବ୍ୟତୀତ ଇରାକ ଓ ସିରିୟା ଉପରେ ମଧ୍ୟ ଆକାଶମାର୍ଗରୁ ଆକ୍ରମଣ କରିଛି । କୁହାଯାଉଛି କି, ଇରାକର ରାଜଧାନୀ ବାଗଦାଦର ଏକ କୋଠାକୁ ଇସ୍ରାଏଲ ସେନା ଟାର୍ଗେଟ୍ କରିଥିଲେ । ଏହି କୋଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଚାଲିଥିଲା । ଏଥିରେ ଇରାନ ସମର୍ଥିତ ଦେଶର ଅନେକ ଇସାଲିମ୍ ରିଭ୍ୟୁଲ୍ୟୁଶନାରୀ ଗାର୍ଡ ଫୋର୍ସ ସାମିଲ ଥିଲେ ।

ସିରିୟାର ଅନେକ ଗଣମାଧ୍ୟମ ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି କି, ଇସ୍ରାଏଲ ସେନା ସିରିୟାର ଓସ୍-ସୁବେଦା ଓ ଦାରା ଅଞ୍ଚଳରେ ଥିବା ସେନା ଆଡ୍ଡାକୁ ଟାର୍ଗେଟ୍ କରି ଆକାଶମାର୍ଗରୁ ଆକ୍ରମଣ କରିଛି । ହେଲେ ଇରାନ ତରଫରୁ ଇସ୍ରାଏଲର ଆକ୍ରମଣକୁ ମିଥ୍ୟା ବୋଲି କୁହାଯାଇଛି । ଏପଟେ ଇସ୍ରାଏଲ ତରଫରୁ ମଧ୍ୟ ଏନେଇ କୌଣସି ଅଧିକାରୀକ ପ୍ରତିକ୍ରିୟା ଆସିନାହିଁ ।

ଇରାନ ଓ ସିରିୟା ପରସ୍ପର ସହଯୋଗୀ ଦେଶ । ସରିୟା ସବୁବେଳେ ଇରାନକୁ ପଡୋଶୀ ଦେଶ ବୋଲି କହିଥାଏ । ସିରିୟା ଗୃହଯୁଦ୍ଧ ସମୟରେ ଇରାନ ସରକାରକୁ ସମର୍ଥନ କରିଥିଲା ।