ଜାତୀୟ ରାଜପଥକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କଲା ବିଜେଡି । ମନ୍ତ୍ରୀଙ୍କ ଉଦାସୀନତା ଯୋଗୁଁ ଲୋକେ ହଇରାଣ ହେଉଥିବା କହିଲେ ସସ୍ମିତ ପାତ୍ର ।

173

କନକ ବ୍ୟୁରୋ: ୫୫ ନମ୍ବର ଜାତୀୟ ରାଜପଥକୁ ନେଇ ଥମୁନି ରାଜନୀତି । ଗତକାଲି ଏହି ପ୍ରସଙ୍ଗରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଟାର୍ଗେଟ କରିଥିଲେ । ଏହାପରେ ବିଜେପି ପକ୍ଷରୁ ପାଲଟା ପ୍ରଶ୍ନ ହୋଇଥିଲା ।

ଆଜି ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ଲକ୍ଷ୍ମୀ ବସ୍ ଯୋଜନାର ସୁଫଳ ବଖାଣିବା ସହ ୫୫ ନମ୍ବର ଜାତୀୟ ରାଜପଥ କାମରେ ମନ୍ଥରତାକୁ ନେଇ ବର୍ଷିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ରାଜ୍ୟବାସୀ ଲକ୍ଷ୍ମୀ ବସର ସୁଫଳ ପାଉଥିବା ବେଳେ ଜାତୀୟ ରାଜପଥରେ ସୁବିଧା ମିଳୁନଥିବା ଅଭିଯୋଗ କରିଛି ବିଜେଡି । ୧୦ ବର୍ଷ ଧରି କେନ୍ଦ୍ରରେ ମନ୍ତ୍ରୀ ଥିବା ନେତାଙ୍କ ଉଦାସୀନତା ଯୋଗୁଁ ଲୋକେ ହଇରାଣ ହେଉଥିବା କହିଛନ୍ତି ସସ୍ମିତ ପାତ୍ର ।