ଗେଷ୍ଟ ହାଉସରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ । ଭୁବନେଶ୍ୱର ମୈତ୍ରିବିହାର ଘଟଣା ।

617

କନକ ବ୍ୟୁରୋ: ଗେଷ୍ଟ ହାଉସରୁ ମିଳିବା ଶିଳ୍ପପତିଙ୍କ ଗଳିତ ମୃତଦେହ । ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅଂଚଳର ଶାନ୍ତି ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଫୁଲବାଣୀ ସହର ଲେଙ୍ଗର୍ ସାହି ଅଂଚଳର ତପନ ପ୍ରସାଦ ଆଚାର୍ଯ୍ୟ ।

ତପନ ଶୁଭମ୍ ବାୟୋ ସିଏନଜି ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ମାଲିକ ହୋଇଥିବା ଜଣାପଡିଛି । ମଙ୍ଗଳବାର କର୍ପୋରେଟ୍ ମିଟିଂ ପାଇଁ ଭୁବନେଶ୍ୱର ଆସିଥିବା ବେଳେ ତାଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।