କାନପୁର ରେଳ ଦୁର୍ଘଟଣାକୁ ନେଇ ଚାଂଚଲ୍ୟକର ଖୁଲାସା : ଆଇଏସଆଇ ଏଜେଂଟ ସମସୁଲର ତଥ୍ୟ ଅନୁସାରେ ଦୁର୍ଘଟଣା ପଛରେ ଅଛି ପାକିସ୍ତାନର ହାତ

37

କନକ ବ୍ୟୁରୋ : କାନପୁର ରେଳ ଦୁର୍ଘଟଣାକୁ ନେଇ ଚାଂଚଲ୍ୟକର ଖୁଲାସା । ଆଇଏସଆଇ ଏଜେଂଟ ସମସୁଲ ହୋଦା ନେପାଳରୁ ଗିରଫ ହେବା ପରେ ଦୁର୍ଘଟଣାକୁ ନେଇ ଅନେକ ତଥ୍ୟ ଦେଇଛି । ଭାରତରେ ରେଳ ଦୁର୍ଘଟଣା ଘଟାଇବା ପାଇଁ ପାକିସ୍ତାନରୁ ନିର୍ଦ୍ଦେଶ ମିଳୁଥିବା ନେଇ ସମସୁଲ କହିଛି । କେବଳ କାନପୁର ରେଳ ଦୁର୍ଘଟଣା ନୁହେଁ ବରଂ ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ରେଳ ଦୁର୍ଘଟଣାରେ ପାକିସ୍ତାନର ହାତ ଥିବା ନେଇ ସମସୁଲ ସୂଚନା ଦେଇଛି ।

ବିଶେଷ କରି ଉତ୍ତରଭାରତ ଓ ବିହାର ରେଳଟ୍ରାକରେ ବିସ୍ଫୋରଣ ପାଇଁ ପାକିସ୍ତାନ ଯୋଜନା କରୁଥିବା ସେ କହିଛି । ଏଥିପାଇଁ ବିହାର ଓ ଉତ୍ତରପ୍ରଦେଶର ଦୁର୍ଦାନ୍ତ ଅପରାଧୀ ତାକୁ ସହଯୋଗ କରୁଥିବା କହିଛି ସମସୁଲ । ମୋଟା ଅଙ୍କର ଅର୍ଥ ନେଇ ଅପରାଧୀମାନେ ସହଯୋଗ କରିଥିବା ଖୁଲାସା କରିଛି ସମସୁଲ । ଦୁର୍ଘଟଣା ଘଟାଇବାରେ ଆଉ କିଛି ଜଣାଶୁଣା ଲୋକଙ୍କ ହାତ ରହିଥିବା ମଧ୍ୟ ସେ ସ୍ୱhକାର କରିଛି ।