ମାଧବନ ହେବେ ପାଇଲଟ ! ସିନେମା ‘ଚନ୍ଦା ମାମା ଦୂର କେ’ ରେ ନଜର ଆସିବେ
ପାଇଲଟ ହେବେ ଅଭିନେତା ଆର ମାଧବନ । ପ୍ରକୃତ ଘଟଣାଟି ହେଲା ଏକ ବାୟୋପିକ ସିନେମା ତଥା ‘ଚନ୍ଦା ମାମା ଦୂର କେ’ ମାଧ୍ୟମରେ ମାଧବନ ବଲିଉଡକୁ ଫେରୁଛନ୍ତି ବୋଲି ଖବର ଏବେ ଶୁଣିବାକୁ ମିଳିଛି । ଆଉ ଯେଉଁଥିରେ ସେ ଜଣେ ପାଇଲଟ ଭୂମିକାରେ ନଜର ଆସିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ଚ୍ୟାଲେଞ୍ଜିଙ୍ଗ ରୋଲ ମିଳିଥିବା ଯୋଗୁଁ ମାଧବନ ଏହି ସିନେମାରେ ଅଭିନୟ କରିବା ପାଇଁ ମଧ୍ୟ ହଁ ମାରିଛନ୍ତି । ପୂର୍ବରୁ ଏକାଧିକ ଚରିତ୍ରରେ ଅଭିନୟ କରିଥିବା ମାଧବନ ପ୍ରଥମ ଥର ପାଇଁ ପାଇଲଟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାକୁ ନେଇ ସେ ଖୁବ୍ ଖୁସି ଅଛନ୍ତି ବୋଲି ଜଣାଇଛନ୍ତି ।