ଭାରତର ଟ୍ରି ମ୍ୟାନ ! ଲଗାଇସାରିଲେଣି ୧ କୋଟିରୁ ଅଧିକ ଗଛ, ପାଇଛନ୍ତି ପଦ୍ମଶ୍ରୀ ପୁରସ୍କାର

91

ଗ୍ଳୋବାଲ ୱାର୍ମିଙ୍ଗ ଯୋଗୁଁ ଦିନକୁ ଦିନ ବାୟୁମଣ୍ଡଳର ତାପମାତ୍ରା ବଢିବାରେ ଲାଗିଛି । କିନ୍ତୁ ଏହାପ୍ରତି କେହି ମଧ୍ୟ ଦୃଷ୍ଟି ଦେଉ ନାହାନ୍ତି । ଲୋକମାନେ ଗଛ ବୃକ୍ଷ କାଟି ସଫା କରି କଂକ୍ରିଟ ଜଙ୍ଗଲରେ ପରିଣତ କରି ସାରିଲେଣି । ଏହାର ଭୟାବହତା ବିଷୟରେ ସମସ୍ତେ ଜାଣି ସୁଦ୍ଧା ଚୁପ ରହୁଛନ୍ତି । କିନ୍ତୁ ଏଭଳି ସମୟରେ ସାମ୍ନାକୁ ଆସିଛନ୍ତି ଭାରତର ଟ୍ରି ମ୍ୟାନ । ପରିବେଶର ସୁରକ୍ଷା ପାଇଁ ଏହି ବ୍ୟକ୍ତି ଜଣକ ନିଜ ଜୀବନକୁ ଉତ୍ସଗୀକୃତ କରି ଦେଇଛନ୍ତି । ଏହି ଟ୍ରି ମ୍ୟାନଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

Captureତେଲଙ୍ଗାନା ଖମମ ଜିଲ୍ଲାର ଦରପଲ୍ଲୀ ରମୈୟାଙ୍କୁ ଭାରତର ଟ୍ରି ମ୍ୟାନ ଆଖ୍ୟା ମିଳିଛି । ତେବେ ଏହି ଟ୍ରି ମ୍ୟାନ ଆଖ୍ୟା ତାଙ୍କୁ ଏମିତିରେ ମିଳିନି ଏହାପଛରେ ଅନେକ ବର୍ଷର ପରିଶ୍ରମ ଲୁଚିକି ରହିଛି । ୮୦ ବର୍ଷିୟ ରମୈୟାଙ୍କର ଗଛ ପ୍ରତି ଏତେ ଦୁର୍ବଳତା ରହିଛି ଯେ ସେ ତାଙ୍କର ପୂରା ଜୀବନ ଗଛ ଲଗାଇବା ଓ ବୃକ୍ଷ ସଂରକ୍ଷଣରେ ଉତ୍ସଗୀକୃତ କରି ଦେଇଛନ୍ତି । ରମୈୟା ତାଙ୍କ ପୂରା ଜୀବନରେ ୧ କୋଟିରୁ ଉଦ୍ଧ୍ୱର୍ ବୃକ୍ଷରୋପଣ କରିଛନ୍ତି । ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଗଛ ଲଗାଇବା ପାଇଁ ପ୍ରେରଣା ଯୋଗାଇଛି ।

ରମୈୟାଙ୍କ ଏହି ଯାତ୍ରା ବହୁ ବର୍ଷ ପୂର୍ବରୁୁ ଆରମ୍ଭ ହୋଇଥିଲା । ବାୟୁ ପ୍ରଦୂଷଣ ଭଳି ସମସ୍ୟା ତାଙ୍କୁ ଅନେକ ସମୟରେ ବିଚଳିତ କରୁଥିଲା । ତେଣୁ ଗଛ ଲଗାଇବା ଅଭିଯାନ ଆରମ୍ଭ କରିଥିଲେ । ଗଛ ଲଗାଇବା ପାଇଁ ସେ ଏତେ ପାଗଳ ଥିଲେ ଯେ, ପକେଟରେ ଅନେକ ସମୟରେ ଗଛର ମଞ୍ଜି ଓ ସାଇକେଲରେ ଗଛ ଚାରା ଧରି ବୁଲିବୁଲି ଗଛ ଲଗାଉଥିଲେ । ଫାଙ୍କା ଜମି ତାଙ୍କ ଦୃଷ୍ଟିରେ ପଡିଲା ମାତ୍ରେ ସେ ସେଠାରେ ଗଛ ଲଗାଇବାକୁ ଆଦୌ ଭୁଲୁ ନଥିଲେ । ଗଛ ଲଗାଇବାର ପାଗଣପଣ ପାଇଁ କେହି କେହି ତାଙ୍କୁ ପାଗଳ ବୋଲି କହୁଥିଲେ । କିନ୍ତୁ କାହା କଥା ନ ଶୁଣି ସେ ନିଜ କାମ କରି ଚାଲିଥିଲେ । ଆଉ ତାହାର ପୁରସ୍କାର ମଧ୍ୟ ପାଇଛନ୍ତି ରମୈୟା । ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଏହାଛଡା ACADEMY OF UNIVERSAL GLOBAL PEACE ତରଫରୁ ତାଙ୍କୁ ଡକ୍ଟରେଟ ମଧ୍ୟ ପ୍ରଦାନ କରାଯାଇଛି ।

2112_treeପ୍ରଥମେ ସେ ସ୍ଥାନୀୟ ଅଞ୍ଚଳରେ ବୁଲି ବୁଲି ଗଛ ଲଗାଉଥିଲେ । କିନ୍ତୁ ଏମିତି ଗଛ ଲଗାଉ ଲଗାଉ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଥିଲା । ଏହାପରେ ଆଉ ପଛକୁ ଫେରି ଚାହିଁ ନଥିଲେ ରମୈୟା । ସକାଳ ହେବା ମାତ୍ରେ ସାଇକେଲରେ ଚାରା ଧରି ପୂରା ଜିଲ୍ଲା ସାରା ବୁଲି ଗଛ ଲଗାଉଥିଲେ । କେବଳ ଗଛ ଲଗାଉଥିଲେ ତାହା ନୁହେଁ ବରଂ ଏହାର ଯତ୍ନ ମଧୃ ନିଜେ ନେଉଥିଲେ । ଏହି ଗଛ ଗୁଡିକୁ ନିଜ ପିଲା ଛୁଆଙ୍କ ଭଳି ରକ୍ଷାଣବେକ୍ଷଣ କରୁଥିଲେ ରମୈୟା । ଯାହା ଗଛ ପ୍ରତି ତାଙ୍କର ଭଲପାଇବାକୁ ଦର୍ଶାଇଛି । ଏପରିକି ବୃକ୍ଷରୋପଣ କରିବା ପାଇର୍ ସେ ନିଜ ତିନି ଏକର ଜମି ମଧ୍ୟ ବିକ୍ରି କରି ଦେଇଛନ୍ତି ।