‘ଇଣ୍ଡିଆନ୍ ଆଇଡଲ-୧୩’ର ବିଜେତା ହେଲେ ଋଷି ସିଂହ । ମୋଟା ଅଙ୍କର ଅର୍ଥ, ଟ୍ରପି ସହ ପାଇଲେ ଦାମୀ କାର୍

337

କନକ ବ୍ୟୁରୋ: ‘ଇଣ୍ଡିଆନ୍ ଆଇଡଲ- ସିଜିନ୍ ୧୩’ର ବିଜେତ ହୋଇଛନ୍ତି ଋଷି ସିଂହ ।୬ ମାସରୁ ଦୀର୍ଘ ସମୟ ଧରି ଜାରି ରହିଥିବା ଏହି ରିଆଲିଟି ଶୋ’ରେ କୋଲକାତାର ବିଦିପ୍ତା ଚକ୍ରବର୍ତ୍ତି, ସୋନାକ୍ଷୀ କାରା, ଦେବୋସ୍ମିତା ରାୟ, ଜମ୍ମୁ-କାଶ୍ମୀରର ଚିରାଗ କୋତୱାଲ, ବଦୋଦାରାର ଶିବମ୍ ସିଂ ଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଉତ୍ତରପ୍ରଦେଶ ଅଯୋଧ୍ୟାର ଋଷି ସିଂ । ଏମାନଙ୍କ ମଧ୍ୟ କଡା ଟକ୍କର ହୋଇଥିଲା । ଆଉ ନିଜର ମନ୍ତ୍ରମୁଗ୍ଧ କଣ୍ଠରେ ସମସ୍ତଙ୍କୁ ଆକର୍ଷିତ କରି ଜିତାପଟ ମାରିଛନ୍ତି ଋଷି ସିଂହ ।

ଶୋ’ର ବିଜେତା ହୋଇ ଋଷି ସିଂହ ପାଇଛନ୍ତି ଟ୍ରଫି, ୨୫ ଲକ୍ଷ ଟଙ୍କାର ଟଙ୍କା ରାଶି, ଓ ୧୩ ଲକ୍ଷ ଟଙ୍କାର କାର । ଦେବୋସ୍ମିତା ରାୟ ପ୍ରଥମ ରନର୍ସଅପ୍ ହୋଇଥିବାବେଳେ ଚିରାଗ କୋତୱାଲ ଦ୍ୱି୍ୱିତୀୟ ରନର୍ସଅପ୍ ହୋଇଛନ୍ତି ।