ବିନା ସାକ୍ଷୀ ପ୍ରମାଣରେ ପ୍ରଧାନମନ୍ତ୍ରୀ ଓ ଆଦାନୀଙ୍କ ନାମରେ ଆମେରିକାରେ ମାମଲା, ଜାଣନ୍ତୁ କିଏ ଓ କାହିଁକି କରିଛନ୍ତି ଅଭିଯୋଗ

439

କନକ ବ୍ୟୁରୋ : ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଜଣେ ଡାକ୍ତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଓ ବିଶିଷ୍ଠ ବ୍ୟବସାୟୀ ଗୌତମ ଆଦାନୀଙ୍କ ନାମରେ ଅଭିଯୋଗ ଦାଖଲ କରିଛନ୍ତି । ସେ ଦୁର୍ନୀତି, ପେଗାସସ୍ ସମେତ ଅନେକ ପ୍ରସଙ୍ଗକୁ ନେଇ ମାମଲା ଦାଖଲ କରିଛନ୍ତି । କଲମ୍ବିଆର ଜିଲ୍ଲା କୋର୍ଟରେ ଏହି ଦୁଇଜଣ ନେତା ଓ ଆଦାନୀ ସମେତ ଅନ୍ୟ କିଛି ଲୋକଙ୍କ ନାମରେ ଅଭିଯୋଗ ଦାଖଲ କରିଛନ୍ତି ଏହି ଡାକ୍ତର ଜଣଙ୍କ ।

ପ୍ରଧାନମନ୍ତ୍ରୀ ମୋଦୀ ଓ ଗୌତମ ଆଦାନୀଙ୍କ ବିରୋଧରେ ରିଜମଣ୍ଡର ଗେଷ୍ଟ୍ରୋଏଣ୍ଟେଲୋଜିଷ୍ଟ ଲୋକେଶ ବୁୟୁର ଏହି ମାମଲା ରୁଜୁ କରିଛନ୍ତି । ସବୁଠାରୁ ବଡକଥା କି ତାଙ୍କ ପାଖରେ କିଛି ସାକ୍ଷୀ ପ୍ରମାଣ ନଥାଇ ସେ ଏଭଳି ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ ବିଶ୍ୱ ଅର୍ଥନୈତିକ ଫୋରମର ଚେୟାରମ୍ୟାନ ପ୍ରଫେସର କ୍ଳାସ ଏମ ସ୍ୱାବଙ୍କର ନାମ ମଧ୍ୟ ରହିଛି ।

ଡାକ୍ତର ଜଣଙ୍କ ଅଭିଯୋଗ କରିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦୀ, ବ୍ୟବସାୟୀ ଗୌତମ ଆଦାନୀ ଓ ମାମଲାରେ ରହିଥିବା ଅନ୍ୟ ଲୋକମାନେ ଆମେରିକାରେ ବହୁ ପରିମାଣର ନଗଦ ଟଙ୍କାକୁ ବଦଳାଇବାରେ ଲାଗିଛନ୍ତି । ଏହାସହ ରାଜନୈତିକ ବିରୋଧୀଙ୍କ ବିରୋଧରେ ପେଗାସସ୍ ସ୍ପାଇୱେୟାର ଭଳି ସଫ୍ଟୱେୟାର ବ୍ୟବହାର କରି ସେମାନଙ୍କ ବ୍ୟକ୍ତିଗତ ଜୀବନ ବାବଦରେ ସମସ୍ତ ଖବର ରଖୁଛନ୍ତି । ଏହି ମାମଲାରେ ମେ ୨୪ ତାରିଖରେ ଦାଖଲ କରାଯାଇଥିଲା । ଏହାପରେ କୋର୍ଟ ଦ୍ୱାରା ଜୁଲାଇ ୨୨ ତାରିଖରେ ନୋଟିସ ଜାରି କରାଯାଇଥିଲା । ଏହି ନୋଟିସକୁ ଅଗଷ୍ଟ ୪ ତାରିଖରେ ଭାରତ ପଠାଯାଇଥିଲା ।