ଶେଷ ମ୍ୟାଚ୍ ଜିତି ଇତିହାସ ରଚିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ! ଟସ୍ ଜିତି ପ୍ରଥମେ ବୋଲିଂ କରିବ ବିରାଟ ବ୍ରିଗେଡ

103

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ଜିତିବା ପରେ ଆଜି ତୃତୀୟ ତଥା ଶେଷ ଦିନିକିଆ ଜିତି ଇତିହାସ ରଚିବା ଲକ୍ଷ୍ୟରେ ବିରାଟ ବାହିନୀ । ମେଲବୋର୍ଣ୍ଣରେ ଖେଳାଯାଉଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚରେ ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ ନିଷ୍ପତି ନେଇଛି । ଏହି ନିର୍ଣ୍ଣାୟକ ମ୍ୟାଚରେ ଭାରତୀୟ ଦଳରେ ୩ଟି ପରିବର୍ତ୍ତନ କରାଯାଇଛି । ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ ଓ କେଦାର ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ଏହି ମ୍ୟାଚ୍ ଖେଳିବା ସହ ଦିନିକିଆ କ୍ୟାରିୟର ଆରମ୍ଭ କରିଛନ୍ତି ବିଜୟ ଶଙ୍କର । ସେହିଭଳି ଅଷ୍ଟ୍ରେଲିଆ ଦଳରେ ମଧ୍ୟ ୨ଟି ପରିବର୍ତ୍ତନ କରାଯାଇଛି । ଷ୍ଟାନଲେକ ଓ ଜାମ୍ପାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି ।

୩ ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଭାରତ ଓ ଅଷ୍ଟ୍ରେଲିଆ ପୂର୍ବରୁ ଗୋଟିଏ ଲେଖାଏଁ ମ୍ୟାଚ୍ ବିଜୟୀ ହୋଇଛନ୍ତି । ତେଣୁ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ପାଲଟିଛି । ଏହି ମ୍ୟାଚ୍ ଜିତି ଇତିହାସ ରଚିବା ଲକ୍ଷ୍ୟରେ ରହିଛି ବିରାଟ ବ୍ରିଗେଡ । କାରଣ ଏହା ପୂର୍ବରୁ ଅଷ୍ଟ୍ରେଲିଆ ମାଟିରେ କୌଣସି ସିରିଜ ଜିତିନଥିଲା ଭାରତ । ଆଜିର ମ୍ୟାଚରେ ମହେନ୍ଦ୍ର ସିଂ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କର ନଜର ରହିବ ।