ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦: ଟସ ଜିତି ବୋଲିଂ ନେଲା ଶ୍ରୀଲଙ୍କା, ବ୍ୟାଟିଂ କରିବ ଭାରତ

95

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆଜି ଅନୁଷ୍ଠିତ ହେଉଛି । ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ଭାରତ । ୨୦୨୩ରେ ଏହା ଭାରତର ପ୍ରଥମ ମ୍ୟାଚ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ଆଜି ଏହି ମ୍ୟାଚ ଖେଳିବ । ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଦଳ ଯୁବ ବାହିନୀଙ୍କୁ ନେଇ ମୈଦାନକୁ ଓହ୍ଲାଇବ ।