ଦେଶରେ ବଢୁଛି କରୋନା ସଂକ୍ରମଣ । ୨୪ଘଣ୍ଟାରେ ନୂଆ ୧୪୨ ସଂକ୍ରମିତ ଚିହ୍ନଟ । ଦୁଇ ଦିନରେ ୭ଜଣଙ୍କ ମୃତ୍ୟୁ

665

କନକ ବ୍ୟୁରୋ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ନୂଆ ୧୪୨ ସଂକ୍ରମିତ ଚିହ୍ନଟ ହେବା ସହ ୨ ଦିନରେ ୭ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ୫ଜଣ, ଉତ୍ତରପ୍ରଦେଶରେ ଜଣେ ଓ କର୍ଣ୍ଣାଟକରେ ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ବୟସ୍କଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେପଟେ କେରଳରେ ନମୁନା ପରୀକ୍ଷା ବୃଦ୍ଧି କରାଯାଇଛି ।

  • ଦେଶରେ ବଢ଼ୁଛି କରୋନା ସଂକ୍ରମଣ
  • ୨୪ଘଣ୍ଟାରେ ନୂଆ ୧୪୨ ସଂକ୍ରମିତ ଚିହ୍ନଟ
  • ୨ ଦିନରେ ୭ ଜଣଙ୍କ ମୃତ୍ୟୁ

କିଛି ଦିନର ଆଶ୍ୱସ୍ତି ପରେ ପୁଣିଥରେ ମୁଣ୍ଡ ଟେକିଛି କରୋନା ଭୟ । କେରଳରୁ ଓମିକ୍ରନ ସବଭ୍ୟାରିଆଣ୍ଟ JN.1ରେ ଜଣେ ସଂକ୍ରମିତ ଚିହ୍ନଟ ପରେ ୨ଦିନରେ ୭ଜଣଙ୍କ ମୃ୍ତ୍ୟୁ ଖବର ମନରେ ଭୟ ବଢ଼ାଇଛି । କେରଳରୁ ୫ଜଣ, ଉତ୍ତରପ୍ରଦେଶରୁ ଜଣେ ଓ କର୍ଣ୍ଣାଟକରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ସବୁଠୁ ଅଧିକ ଚିନ୍ତା ବଢାଇଛି କେରଳ । କାରଣ ଦିନକରେ ୧୧୫ଜଣ ସଂକ୍ରମିତ ଚିହ୍ନଟ ହେବା ସହ ପଡୋଶୀ ରାଜ୍ୟ କର୍ଣ୍ଣାଟକ,ଆନ୍ଧ୍ର ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି । ସେପଟେ ଉତ୍ତରପ୍ରଦେଶ ସରକାର ମଧ୍ୟ ଗାଇଡଲାଇନ ଜାରି କରିଛନ୍ତି । କରୋନା ସଂକ୍ରମିତ ଚିହ୍ନଟ ହେଲେ ଜିନମ ସ୍ୱିକ୍ୱେନ୍ସ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ।

  • କୋଭିଡ ସ୍ଥିତି ମୁକାବିଲା ପାଇଁ ବୈଠକ
  • ବୁଧବାର ବୈଠକ ଡକାଇଲେ ସରକାର

କୋଭିଡ ସ୍ଥିତିର ମୁକାବିଲା ପାଇଁ ଆକ୍ସନ ମୋଡରେ କେନ୍ଦ୍ର ସରକାର । ସମସ୍ତ ରାଜ୍ୟଙ୍କୁ ଚିଠି ଲେଖି ସର୍ତକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ମାର୍ଗଦର୍ଶିକା ଜାରି କରାଯାଇଛି । ଆବଶ୍ୟକ ସ୍ଥଳେ ସମସ୍ତ ପ୍ରସ୍ତୁତି ସହ ସଜାଗ ରହିବାକୁ କୁହାଯାଇଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦୁନିଆରୁ ସମ୍ପୂର୍ଣ୍ଣ ଭାବେ ଯାଇନି କୋଭିଡ । ସମୟ ସମୟରେ ରୂପ ବଦଳାଇଥାଏ । ତେବେ ଓମିକ୍ରନ JN.1 ସବ୍ ଭ୍ୟାରିଆଣ୍ଟ ଯଦିଓ ଏତେ ଘାତକ ନୁହେଁ ତଥାପି ଦ୍ରୁତ ସଂକ୍ରମଣର ଆଶଙ୍କା ରହିଛି । ଆମେରିକା, ସିଙ୍ଗାପୁର, ଇଣ୍ଡୋନେସିଆ, ଚୀନ, ମାଲେସିୟାରେ ସପ୍ତାହକ ମଧ୍ୟରେ ଦ୍ୱିଗୁଣା ହୋଇଛି ସଂକ୍ରମଣ । ଏହା ପଛରେ JN.1 ସବଭ୍ୟାରିଆଣ୍ଟ ଥିବା ଆଶଙ୍କା କରାଯାଉଛି । ତେବେ ଆଗକୁ ବଡଦିନ ଓ ନୂଆବର୍ଷ ଆସୁଛି । ଏହି ସମୟରେ କୋଭିଡ ପ୍ରୋଟୋକଲ ମାନିବାକୁ ସରକାରଙ୍କ ପକ୍ଷରୁ ପରାର୍ମଶ ଦିଆଯାଇଛି ।