ପୁଣେ ଦିନିକିଆରେ ଭାରତର ଦମଦାର ବିଜୟ : ଇଂଲଣ୍ଡକୁ ୩ ୱିକେଟରେ ହରାଇଲା ଭାରତ

33

କନକ ବ୍ୟୁରୋ : ପୁଣେ ଦିନିକିଆରେ ଭାରତ ଦମଦାର ବିଜୟ ହାସଲ କରିଛି । ଇଂଲଣ୍ଡକୁ ୩ ୱିକେଟରେ ହରାଇ ଭାରତ ସିରିଜରେ ୧-୦ରେ ଆଗୁଆ ରହିଛି । ବିରାଟ କୋହଲି ଓ କେଦାର ଯାଦବଙ୍କ ଶତକୀୟ ଇଂନିସ ବଳରେ ଏହି ବିଜୟ ହାସଲ କରିଛି ଭାରତ ।

ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟରେ ୩୫୦ ରନ କରିଥିଲା । ଏହାର ଜବାବରେ ଭାରତ ୪୮.୧ ଓଭରରେ ୩୫୬ରନ କରି ଏହି ଦିନିକିଆ ମ୍ୟାଚରେ ବିଜୟୀ ହୋଇଛି ।