ବେଙ୍ଗାଲୁରରେ ହେବନି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ସୁରକ୍ଷା ଦୃଷ୍ଟିରୁ ବିଶାଖାପାଟଣାରେ ଖେଳାଯିବ ମ୍ୟାଚ

248

କନକ ବ୍ୟୁରୋ: ଚଳିତ ମାସ ୨୪ ତାରିଖରେ ବେଙ୍ଗାଲୁର ଠାରେ ହେବାକୁ ଥିବା ଭାରତ- ଅଷ୍ଟ୍ରେଲିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍କୁ ସୁରକ୍ଷା ଦୃଷ୍ଟିକୋଣରୁ ଘୁଞ୍ଚାଇ ଦିଆଯାଇଛି। ତେଣୁ ପ୍ରଥମ ଟି-୨-୦ ମ୍ୟାଚ୍ ବେଙ୍ଗାଲୁର ବଦଳରେ ବିଶାଖାପାଟଣା ଠାରେ ହେବ ଏବଂ ୨୭ ତାରିଖରେ ବିଶାଖାପାଟଣାରେ ହେବାକୁ ଥିବା ଦ୍ୱିତୀୟ ଟି -୨୦ ମ୍ୟାଚ୍ ବେଙ୍ଗାଲୁରରେ ହେବ ବୋଲି ସ୍ଥିର ହୋଇଛି।

ସେହି ସମୟରେ ବେଙ୍ଗାଲୁର ଠାରେ ଆର୍ନ୍ତଜାତିକ ଏରୋ ଇଣ୍ଡିଆ ସୋ ଅନୁଷ୍ଠିତ ହେବ ଓ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ଭିଆଇପି ଯୋଗ ଦେଉଥିବାରୁ ବେଙ୍ଗାଲୁର ପୁଲିସ କମିସନର ଖେଳାଳିମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବା ନେଇ ଅସୁବିଧିା ଥିବା ଦର୍ଶାଇବାରୁ ଏହି ପରିବର୍ତ୍ତନ କରାଯାଇଛି। କର୍ଣ୍ଣାଟକ କ୍ରିକେଟ ଆସୋସିଏସନ୍ ଏହି ଟି-୨୦ ମ୍ୟାଚ୍ ଆନ୍ଧ୍ର କିକେଟ ଆସୋସିଏସନ ସହିତ ସ୍ଵାପିଂ କରିବାକୁ ଚାହିଁବାରୁ ଓ ଉଭୟ କ୍ରିକେଟ ଆସୋସିଏସନ୍ ଏଥିରେ ସହମତି ପ୍ରକାଶ କରିବାରୁ ଶେଷରେ ବିସିସିଆଇ ଏହି ଅନୁମତି ଦେଇଛି।

ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ଦଳ ବିଶ୍ୱକପ୍ ପୂର୍ବରୁ ଭାରତ ଗସ୍ତରେ ଆସି ୨ଟି ଟି -୨୦ ଓ ୫ଟି ଏକ ଦିବସୀୟ ମ୍ୟାଚ୍ ଖେଳିବ ବୋଲି ଗସ୍ତ କାର‌୍ୟ୍ୟସୂଚୀ ପ୍ରସ୍ତୁତ ହୋଇଛି।