ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଘୋଷଣା ଭାରତୀୟ ଟିମ୍ । ବାଦ ପଡିଲେ କୋହଲି, ଫେରିଲେ ରାହୁଲ

857

କନକ ବ୍ୟୁରୋ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ ପାଇଁ ଭାରତୀୟ ଟିମ୍ ଘୋଷଣା କରିଛି । ଘୋଷିତ ହୋଇଥିବା ଏହି ଟିମରେ ୧୮ ଜଣଙ୍କ ନାମ ସାମିଲ କରାଯାଇଛି ଓ ରୋହିତ ଶର୍ମାଙ୍କୁ ଅଧିନାୟକ ଭାବେ ଚୟନ କରାଯାଇଛି । ସେପଟେ ଆଘାତ କାରଣରୁ ଦଳରୁ ବାଦ ପଡିଥିବା କେଏଲ ରାହୁଲ ପୁଣିଥରେ ଟିମକୁ ଫେରିଛନ୍ତି । ସେହିଭଳି ବିରାଟ କୋହଲୀ ଓ ଜସପ୍ରୀତ ବୁମରାଙ୍କୁ ଦଳରୁ ବାଦ ଦିଆଯାଇଛି । କହିରଖୁ କି ସାଉଥଆଫ୍ରିକା ବିରୋଧ ମ୍ୟାଚରେ କେଏଲ ରାହୁଲଙ୍କୁ ଆଘାତ ଲାଗିଥିଲା । ଏହାପରେ ସେ ଚିକିତ୍ସା ପାଇଁ ଜର୍ମାନ ଯାଇଥିଲେ । ଚିକିତ୍ସିତ ହୋଇ ଫେରିବା ପରେ ତାଙ୍କୁ ପୁଣି ଦଳରେ ସାମିଲ କରାଯାଇଛି ।

ବିସିସିଆଇ ତରଫରୁ ଜାରି କରାଯାଇଥିବା ତାଲିକାରେ ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଦିନେଶ କାର୍ତ୍ତିକ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର ଅଶ୍ୱନୀ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଆବେଶ ଖାନ, ହର୍ଷଲ ପଟେଲ, ଅର୍ଶଦୀପ ସିଂ ସାମିଲ ଅଛନ୍ତି ।

 

ହେଲେ ଏହି ତାଲିକାରେ ବିରାଟ କୋହଲୀ ଓ ଜସପ୍ରୀତ ବୁମରାଙ୍କ ନାମ ନଥିବାରୁ ପ୍ରଶଂସକମାନେ ନିରାଶ ହୋଇଛନ୍ତି । କୁହାଯାଉଛି କି ବିସିସିଆଇ ପକ୍ଷରୁ ଏହି ଦୁଇ ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇଛି । ଇଂଲଣ୍ଡ ବିରୋଧରେ ଚାଲିଥିବା ପ୍ରଥମ ଏକଦିବସୀୟ ମ୍ୟାଚରେ ଆଘାତ କାରଣରୁ ସେ ଖେଳିପାରି ନଥିଲେ ଓ ଆଜି ଦ୍ୱିତୀୟ ଏକଦିବସୀୟରେ ସେ ଖେଳି ନପାରନ୍ତି ।