ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଆଜିଠୁ ପଦକ ପାଇଁ ଲଢ଼େଇ; ମହିଲା ରିଲେ ଟିମରେ ଥିବା ଦୂତୀ ଚାନ୍ଦଙ୍କୁ ମିଳିବ ୧୦୦ ମିଟର ଦୌଡ଼ର ସୁଯୋଗ

62

କନକ ବ୍ୟୁରୋ : ରଙ୍ଗାରଙ୍ଗ ପରିବେଶ ଭିତରେ ଆରମ୍ଭ ହୋଇଛି ବର୍ମିଂହାମ୍ ରାଜଗୋଷ୍ଠୀ କ୍ରୀଡ଼ା । ଏଥିରେ ୭୨ଟି ଦେଶର କ୍ରୀଡାବିତ୍ ଓ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ୱ ନେଇଥିଲେ । ଏହି ୧୧ ଦିନିଆ ପ୍ରତିଯୋଗିତାରେ ୫ ହଜାରରୁ ଅଧିକ କ୍ରୀଡାବିତ ଅଂଶଗ୍ରହଣ କରିଛନ୍ତି । ପୂର୍ବରୁ କେବଳ ଭାରତୀୟ ୪ ଗୁଣା ୧୦୦ ମିଟର ରିଲେ ଦଳରେ ଥିବା ଦୂତୀ ଚାନ୍ଦ ଏବେ ୧୦୦ ମିଟର ବର୍ଗରେ ମଧ୍ୟ ଦୌଡ଼ିବାର ସୁଯୋଗ ପାଇଛନ୍ତି ।

ମହିଳା ୧୦୦ ମିଟର ବ୍ୟତୀୟ ଅନ୍ୟତମ ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦଙ୍କ ସହ ଦୂତି ଭାରତୀୟ ୪ ଗୁଣା ୧୦୦ ମିଟର ରିଲେ ଦଳରେ ମଧ୍ୟ ଦୌଡ଼ିବାର ବି ସମ୍ଭାବନା ରହିଛି । ଆସାମ ଧାବିକା ହିମା ଦାସ ୨୦୦ ମିଟର ପାଇଁ ମନୋନୀତ ହୋଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜିଠୁ ପଦକ ଲଢେଇ ଆରମ୍ଭ ହେବ । ଆଜି ସଂଧ୍ୟାରେ ଘାନା ସହିତ ମହିଳା ହକି ଦଳର ମୁକାବିଲା ରହିଛି । ଏହା ପୂର୍ବରୁ ଭାରତୀୟ ଦଳର ଖେଳାଳିମାନେ ଜୋରଦାର ଅଭ୍ୟାସ କରିଛନ୍ତି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମହିଳା କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ ।