ୟୁକ୍ରେନ୍ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ବଢିଲା ଅଡୁଆ। ସୁପ୍ରିମକୋର୍ଟରେ ସରକାରଙ୍କ ସତ୍ୟପାଠ ଦାଖଲ। 

70

କନକ ବ୍ୟୁରୋ: ବଢ଼ିଲା ୟୁକ୍ରେନ୍ ଫେରନ୍ତା ମେଡିକାଲ ଛାତ୍ରଙ୍କ ସମସ୍ୟା । ୟୁକେନରୁ ଫେରିଥିବା ମେଡିକାଲ ଛାତ୍ରଙ୍କୁ ଭାରତୀୟ ଶିକ୍ଷାନୁଷ୍ଠାନରେ ନାମଲେଖା ସୁଯୋଗ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ, ୟୁକେନ ଫେରନ୍ତା ମେଡିକାଲ ଛାତ୍ରଙ୍କୁ ଭାରତୀୟ ଶିକ୍ଷାନୁଷ୍ଠାନରେ ନାମଲେଖା ନେଇ ଜାତୀୟ ମେଡିକାଲ କମିଶନରେ ସେଭଳି କୌଣସି ବ୍ୟବସ୍ଥା ନାହିଁ । ଯଦି ସେମାନଙ୍କୁ ନାମଲେଖା ପାଇଁ ଅନୁମତି ମିଳିବ, ତାହେଲେ ଭାରତୀୟ ଶିକ୍ଷାସ୍ତର ପାଇଁ ବାଧା ସୃଷ୍ଟି କରିପାରେ ।

ନିଟରେ ମେରିଟ୍ ତାଲିକାରେ ନରହିବା ଓ ବିଦେଶରେ ଶସ୍ତାରେ ମେଡିକାଲ ପାଠପଢ଼ା ପାଇଁ ଛାତ୍ରମାନେ ବିଦେଶକୁ ପଢ଼ିବାକୁ ଯାଇଥିଲେ । ଯେଉଁମାନେ ନିଟର ମେରିଟ ଲିଷ୍ଟରେ ସ୍ଥାନ ପାଇନାହାନ୍ତି, ସେମାନଙ୍କୁ ଯଦି ଦେଶର ପ୍ରମୁଖ ମେଡିକାଲ କଲେଜରେ ସ୍ଥାନ ମିଳେ, ତାହେଲେ ସ୍ଥିତି ଖରାପ ହୋଇପାରେ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହାସହ ମେଡିକାଲ କଲେଜ ଗୁଡ଼ିକରେ ଆଡମିଶନ ମିଳିଲେ, ଏହା ମେଡିକାଲ କାଉନସିଲ ଧାରା ୧୯୫୬ର ବିଭିନ୍ନ ଧାରା ଏବଂ ଏନଏମସି ଆଇନ୍ ୨୦୧୯ର ଉଲ୍ଲଂଘନ କରିବ ବୋଲି ସରକାର କହିଛନ୍ତି । ଏହା ବଳଦରେ ସରକାର ୟୁକ୍ରେନ୍ ଫେରନ୍ତା ପାଇଁ ଅନ୍ୟ ବ୍ୟବସ୍ତା କରୁଥିବା କହିଛନ୍ତି ।