୨୦୨୪ ପାଇଁ ନୀତୀଶଙ୍କ ବଡ ଘୋଷଣା। ପ୍ରତ୍ୟେକ ପଛୁଆ ରାଜ୍ୟକୁ ମିଳିବ ସ୍ୱତନ୍ତ୍ର ମାନ୍ୟତା।

93

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବଡ ଘୋଷଣା । କ୍ଷମତାକୁ ଆସିଲେ ଦେଶର ପ୍ରତ୍ୟେକ ପଛୁଆ ରାଜ୍ୟକୁ ମିଳିବ ସ୍ୱତନ୍ତ୍ର ମାନ୍ୟତା । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି ଏହି ପ୍ରତିଶ୍ରୁତି ଦେଇଛନ୍ତି ନୀତୀଶ କୁମାର । ଆଗାମୀ ଲୋକସଭା ନିର୍ବାଚନରେ ଯଦି ଅଣବିଜେପି ଦଳ କେନ୍ଦ୍ରରେ ସରକାର ଗଠନ କରେ ତେବେ ଦେଶର ସମସ୍ତ ପଛୁଆ ରାଜ୍ୟକୁ ଏହି ସୁବିଧା ମିଳିବ । ୨୦୦୭ରୁ ବିହାରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ପାଇଁ ଦାବି କରିଆସୁଛନ୍ତି ନୀତୀଶ ।

ଦେଶରେ ଏବେ ୧୧ ଟି ସ୍ୱତନ୍ତ୍ର ଶ୍ରେଣୀର ରାଜ୍ୟ ରହିଛି । ଅନ୍ୟପଟେ ନିକଟରେ ବିହାରରେ ବିଜେପି ହାତ ଛାଡି ଆରଜେଡି ହାତ ଧରି ସରକାର ଗଢିଥିଲେ ନୀତିଶ । ଆଗକୁ ପ୍ରଧାନମନ୍ତ୍ରୀ ହେବାକୁ ମନ ବଳାଇଛନ୍ତି ନୀତୀଶ । ସେପଟେ ନୀତୀଶ କୁମାରଙ୍କ ଏଭଳି ଘୋଷଣାକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । କହିଲେ ଦିବାସ୍ୱପ୍ନ ଦେଖୁଛନ୍ତି ନୀତୀଶ । ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଳି ଦିବା ସ୍ୱପ୍ନ ଦେଖୁଛନ୍ତି ।