କୋର୍ଟ ବାହାରୁ ଇମ୍ରାନ ଖାନଙ୍କୁ ଗିରଫ: ଯାଇଥିଲେ ଜାମିନ ପାଇଁ, କିନ୍ତୁ ହେଲେ ଗିରଫ

116

କନକ ବ୍ୟୁରୋ: ମଙ୍ଗଳବାର ଏକ ମାମଲାର ଶୁଣାଣୀ ପାଇଁ ଇସଲାମାବାଦ ହାଇକୋର୍ଟରେ ପହଁଚିଥିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । କୋର୍ଟ ଭିତରକୁ ଯିବା ପାଇଁ ଇମ୍ରାନ ଯେତେବେଳେ ବାୟୋମେଟ୍ରିକ୍ସରେ ଏଟ୍ରିଂ କରୁଥିଲେ ଠିକ ସେତିକି ବେଳେ ସେଠି ପହଁଚିଥିଲା ପାକିସ୍ତାନ ରେଂଜର୍ରସ କେହି କିଛି ବୁଝିବା ଆଗରୁ ଇମ୍ରାନଙ୍କୁ ଘେରିଥିଲେ ଓ ତାଙ୍କୁ ଗିରଫ କରି ଜୋରଜବରଦସ୍ତି ନେଇ ଯାଇଥିଲେ ପାକ ରେଂଜରର୍ସ । ଅନ୍ୟପଟେ ନିଜ ମୁଖିଆଙ୍କ ସହ ଏଭଳି ଘଟଣା ଘଟୁଥିବା ଦେଖି ଇମ୍ରାନଙ୍କ ସମର୍ଥକଙ୍କ ଜୋରଦାର ହଙ୍ଗାମା କରିଥିଲୋ ପାକ ରେଂଜର୍ସଙ୍କ ହୋଇଥିଲା ମୁହାଁମୁହିଁ । ଏଥିରେ ଇମ୍ରାନଙ୍କ ଓକିଲ ଓ କିଛି ସମର୍ଥକ ଆହତ ହୋଇଥିବା ଭିଡିଓ ସାମ୍ନାକୁ ଆସିଛି । ତେବେ ଏହି ଗିରଫ ଭୟ ଇମ୍ରାନଙ୍କ ପୂର୍ବରୁ ଥିଲା । ତେଣୁ କୋର୍ଟରେ ହାଜର ହେବା ପୂର୍ବରୁ ଏକ ଭିଡିଓ କରିଥିଲେ ଇମ୍ରାନ ।

ସୂଚନା ଅନୁସାରେ ଇମ୍ରାନଙ୍କ ଉପରେ ମୋଟ ୧୦୮ ଟି ମାମଲା ଚାଲିଛି । କିଛି ମାମଲାରେ ସେ ଦୋଷମୁକ୍ତ ହୋଇଥିବାବେଳେ ୪ଟି ସଂଗୀନ ଅଭିଯୋଗର ମାମଲା ରହିଛି । ଯେଉଁଥିରେ ତାଙ୍କ ଗିରଫଦାରୀ ସୁନିଶ୍ଚିତ ଥିଲା । ଏହା ମଧ୍ୟରେ ଅନ୍ୟତମ ହେଉଛି ଅଲକାଦରୀ ଟ୍ରଷ୍ଟ ମାମଲା । ଆସନ୍ତୁ ଜାଣିବା କଣ ଏହି ଅଲକାଦରୀ ଟ୍ରଷ୍ଟ ମାମଲା-

ଅଲକାଦରୀ ଟ୍ରଷ୍ଟ ମାମଲା କ’ଣ?
• ଏହା ଅଲକାଦରୀ ବିଶ୍ୱବିଦ୍ୟାଳୟ ଜମି ହଡ଼ପ ସମ୍ପର୍କିତ ମାମଲା ଅଟେ
• ଇମ୍ରାନ ଓ ପତ୍ନୀ ବୁଶରା ଅଲକାଦରୀ ବିଶ୍ୱବିଦ୍ୟାଳୟର ଟ୍ରଷ୍ଟି ରହିଥିଲେ
• ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ସମୟରେ ବେନିୟମଭାବେ କୋଟି କୋଟି ଟଙ୍କାର ଜମି ହଡ଼ପ କରିଥିଲେ
• ଇମ୍ରାନ ଓ ତାଙ୍କ ପତ୍ନୀ ଭୟଭୀତ କରାଇ ବିଶ୍ୱବିଦ୍ୟାଳୟ ଜମି ହଡ଼ପ କରୁଥିବା ଅଭିଯୋଗ ରହିଛି
• ୯୦କୋଟି ବ୍ୟୟରେ ନିର୍ମିତ ବିଶ୍ୱବିଦ୍ୟାଳୟ
• ୬ବର୍ଷରେ କେବଳ ୩୨ଜଣ ଛାତ୍ରଛାତ୍ରୀ ଆଡମିଶନ ନେଇଥିଲେ

ସେପଟେ ଇମ୍ରାନଙ୍କ ଗିରଫକୁ ଜୋରଦାର ବିରୋଧ କରିଛନ୍ତି ଇମ୍ରାନ ଖାନଙ୍କ ସମର୍ଥକ । ଜାଣିଣୁଣି ତାଙ୍କୁ ମିଛ ମାମଲାରେ ଫଶାଇଦିଆଯାଇଥିବା କହିଛନ୍ତି ସମର୍ଥକ । ଆଗକୁ ପିଟିଆଇ ସମର୍ଥକ ବଡ ଧରଣର ବିରୋଧପ୍ରଦର୍ଶନ କରିବା ନେଇ ଆଶଙ୍କା ମଧ୍ୟ ରହିଛି ।

ଇମ୍ରାନଙ୍କୁ ଏଭଳି ସମୟରେ ଗିରଫ କରାଯାଇଛି ଯେତେବେଳେ ସେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇର ଅଧିକାରୀ ମେଜର ଜେନେରାଲ ଫୈଜଲ ନସୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଇମ୍ରାନ କହିଥିଲେ ନସୀର ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ତେଣୁ ଚର୍ଚ୍ଚା ହେଉଛି ଆଇଏସଆଇ ବିରୋଧରେ ବୟାନ ହୁଏତ ଇମ୍ରାନଙ୍କୁ ମହଙ୍ଗା ପଡିଛି ।