କେନ୍ଦ୍ରାପଡା ଗହୀରମଥାରୁ ଚେନ୍ନାଇକୁ ଚାଲାଣ ହେଉଛି ଅଲିଭରିଡଲେ : ବେଆଇନ୍ ଭାବେ କଇଁଛ ଧରୁଛନ୍ତି ଟ୍ରଲର ମାଫିଆ

222

କନକ ବ୍ୟୁରୋ : କେନ୍ଦ୍ରାପଡା ଗହୀରମଥାରୁ ଚେନ୍ନାଇକୁ ଚାଲାଣ ହେଉଛି ବିରଳ ଅଲିଭ୍ ରିଡଲେ କଇଁଛ । ବେଆଇନ୍ ଭାବେ କଇଁଛଙ୍କ ଏନ୍ତୁଡିଶାଳ ଗହିରମଥାରୁ ମାଛ ମାରିବା ସହ କଇଁଛ ଧରୁଛନ୍ତି ଟ୍ରଲର ମାଫିଆ । ଆଉ ସମୁଦ୍ରପଥ ଦେଇ ରାଜ୍ୟ ବାହାକୁ ଚାଲାଣ କରାଯାଉଛି । ଯାହାର ଏକ୍ସକ୍ଲୁସିଭି ଭିଡିଓ କନକ ନ୍ୟୁଜ ହାତରେ ଲାଗିଛି ।

ଅଲିଭିରଡଲେ କଇଁଛଙ୍କ ଏନ୍ତୁଡିଶାଳରୁ ଚୋରା ଚାଲାଣ । କେନ୍ଦ୍ରାପଡା ରାଜନଗର ବ୍ଲକ ଗହିରମଥାରୁ କଇଁଛ ମାରି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି ଟ୍ରଲର ମାଫିଆ । ସମୁଦ୍ର ପଥରେ ରାଜକନିକାରୁ ଚେନ୍ନାଇ, ଭୟା ପଶ୍ଚିମବଙ୍ଗର ଦୀଘା ଏବଂ କୋଲକାତା । ଅଲିଭ ରିଡଲେଙ୍କ ସୁରକ୍ଷା ଦୃଷ୍ଟିରୁ ଗହୀରମଥା ନିଷିଦ୍ଧାଞ୍ଚଳ ହୋଇଥିବା ବେଳେ ଏଠାରେ ମାଛ ମାରୁଛି ଯନ୍ତ୍ର ଚାଳିତ ବୋଟ । ଯାହାର ଏକ୍ସକ୍ଲୁସିଭ୍ ଭିଡିଓ କନକ ନ୍ୟୁଜ୍ ହାତରେ ଲାଗିଛି । ଆପଣଙ୍କ ଟିଭି ପରଦାରେ ଥିବା ଦୃଶ୍ୟ ହେଉଛି, ଟ୍ରଲର ଉପରେ ଜାଲରୁ ମାଛ ଢଳା ହେବାର । ଗହୀରମଥାରୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି । ଆଉ ବନବିଭାଗ ବୋଟ୍କୁ ଜବତ କଲେ ସମୁଦ୍ର ମଝିରେ ମତ୍ସ୍ୟଜୀବୀ ଓ ବନକର୍ମଚାରୀଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ସିଧାସିଧା କହିଛନ୍ତି ଟ୍ରଲର ମାଲିକ ।

ଅଣ୍ଡାଦାନ କରିବା ସହ ଛୁଆ ଫୁଟାଇବାପାଇଁ ବିଶ୍ୱର ୫୦ ପ୍ରତିଶତ ଅଲିଭରିଡଲେ କଇଁଛ ସମୁଦ୍ରପଥରେ ହଜାର ହଜାର କିଲୋମିଟର ଅତିକ୍ରମ କରି ଗହିରମଥା ଉପକୂଳକୁ ଆସିଥାନ୍ତି । ତେଣୁ ୧୯୯୩ ଓଡିଶା ମେରାଇନ୍ ଫିସିଙ୍ଗ ରେଜୁଲସନ୍ ଆକ୍ଟ ୧୮୮୧ ଅନୁସାରେ ଗହୀରମଥାରେ ମାଛମରାକୁ ବାରଣ କରାଯାଇଛି । ନୋ-ଫିସିଂ ଜୋନ୍ ବୋଲି ଘୋଷଣା କରାଯାଇଛି । ହେଲେ ସବୁ ଆଇନ କାନୁନକୁ ଫୁ କରି , ଟ୍ରଲର ମାଫିଆମାନେ ଗହିରମଥାରେ ମାଛ ମାରିବା ସହ ଅଲଭରିଡଲେ କଇଁଛଙ୍କୁ ମାରୁଥିବା ସ୍ପଷ୍ଟ କରିଛି ବନବିଭାଗ । କଇଁଛଙ୍କ ସମାଗମକୁ ଦୃଷ୍ଟିରେ ରଖି ୧୯୯୭ ମସିହା ୨୭ ତାରିଖରେ ଗହୀରମଥାକୁ ଓଡିଶାର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରାଯାଇଥିଲା । ବର୍ତମାନ ଗହିରମଥାକୁ ଜାତୀୟ ଉଦ୍ୟାନ ଘୋଷଣା କରିବା ପାଇଁ ପରିବେଶବିତ୍ ଦାବି କରିଛନ୍ତି ।